ଯୋଡ଼ା: ବନ୍ଧୁ ସାଜିଲା ବଇରି। ଯେଉଁ ବନ୍ଧୁ ଦିନେ ଅସୁବିଧା ସମୟରେ ମୁଣ୍ଡ ଗୁଞ୍ଜିବା ପାଇଁ ନିଜ ଘରେ ଆଶ୍ରୟ ଦେଇଥିଲା। ତାଙ୍କୁ ଅତି ନିର୍ମମ ଭାବେ ହାତୁଡିରେ ପିଟିପିଟି ହତ୍ୟା କଲା। ଏପରି ଘଟଣା ଘଟିବା ପରେ ଆଜି କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ସହରର ବାଚୁ ହଟିଂ ଠାରେ। ମୃତକ ହେଲେ ଭାଗବତ ବେଶ୍ରା (୪୦)।ଏହି ଘଟଣାରେ ଦଶରଥ କାରୂଆ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଛି।

Advertisment

ଏହି ଖବର ପଢ଼ନ୍ତୁ: ଯୋଡ଼ାରେ ହତ୍ୟାକାଣ୍ଡ: ନିଜ ଘରେ ଆଶ୍ରୟ ଦେଇ ସାଙ୍ଗକୁ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଏହି ଘଟଣା ଘଟିଛି। ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମକୁ ଡକାଇ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ହୋଇ କଳହ ହୋଇଥାଏ। ଗତ ଦୁଇ ସପ୍ତାହ ପୂର୍ବେ ଉଭୟଙ୍କ ମଧ୍ୟରେ  ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ।

ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

ତେବେ ଆଜି ସକାଳୁ ଘର ଭିତରେ ଭାଗବତ ରକ୍ତାକ୍ତ  ଅବସ୍ଥାରେ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ ଆହତ ହୋଇଥିବା ଦଶରଥ କାରୁଆଙ୍କ କହିବା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଗା ନାଏକ ଓ ଭାଗବତଙ୍କ ମଧ୍ୟରେ ରୋଷେଇ କାର୍ଯ୍ୟକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁର୍ଗା ମଦ ଆଣିବାକୁ ଯାଇଥିବା ବେଳେ ଦଶରଥ ଏବଂ ଭାଗବତ ବେଶ୍ରା ଘରେ ରୋଷେଇ କରୁଥିଲେ। ପ୍ରାୟ ରାତି ୮ ଟା ସମୟରେ ଦୁର୍ଗା ନିଶାସକ୍ତ ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ଭାଗବତକୁ ଆକ୍ରମଣ କରିଥିଲ। ଏହାପରେ ଭାଗବତକୁ ବଞ୍ଚାଇବାକୁ ଦଶରଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା। ତେବେ ସେଠାରୁ  ଜୀବନ ବଞ୍ଚାଇ ଦଶରଥ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଭାଗବତକୁ ଏକ ହ।ତୁଡ଼ିରେ ଦୁର୍ଗା ପିଟି ହତ୍ୟା କରିଥିଲା। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ଦୁର୍ଗା ନାଏକ ସେଠାରୁ ଫେରାର ହୋଇଯାଇ ଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଗା ନାଏକ ଓ ଭାଗବତଙ୍କ ମଧ୍ୟରେ ରୋଷେଇ କାର୍ଯ୍ୟକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁର୍ଗା ମଦ ଆଣିବାକୁ ଯାଇଥିବା ବେଳେ ଦଶରଥ ଏବଂ ଭାଗବତ ବେଶ୍ରା ଘରେ ରୋଷେଇ କରୁଥିଲେ। ପ୍ରାୟ ରାତି ୮ ଟା ସମୟରେ ଦୁର୍ଗା ନିଶାସକ୍ତ ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ଭାଗବତକୁ ଆକ୍ରମଣ କରିଥିଲ।

ଏହି ଖବର ପଢ଼ନ୍ତୁ: ପାଣିପାଗ: ରାଜ୍ୟରେ ବର୍ଷା ଜାରି: ଚିନ୍ତାରେ ଚାଷୀ

ସୂଚନାଯୋଗ୍ୟ କି ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲ। ଯୋଡ଼ା  ପୁଲିସ ଅଧିକାରୀଙ୍କ ସହ ବଡ଼ବିଲ ଆଡ଼ିସନାଲ ଏସ ପି ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅପରାହ୍ନରେ ପୁଲିସ ଅଭିଯୁକ୍ତ ଦୂର୍ଗା ନାଏକ କୁ ନିକଟସ୍ତ ଝରଣ ଜଙ୍ଗଲରୁ ଗିରଫ କରିଥିଲା। ଏ ନେଇ ଯୋଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। 

ଏହି ଖବର ପଢ଼ନ୍ତୁ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ