ମୟୂରଭଞ୍ଜ: ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା

Advertisment
ଦିନ ଦି’ପହରେ ରାସ୍ତା ଉପରେ ହାଣିଦେଲେ : ଯୁବକ ମୃତ, ଗାଡ଼ି, ଭୁଜାଲି ଜବତ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ବିକ ପରିସ୍ଥିତିରୁ କେହି ଦୁର୍ବୃତ୍ତ ଯୁବକଙ୍କୁ ଧାରୁଆ ଅସ୍ତ୍ର‌ରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବକଜଣକ ବଡ଼ମଣଦା ଗ୍ରାମର କୁଅଁର ନାଏକଙ୍କ ପୁଅ ଟିକାଚରଣ(୩୦)। ଟିକା ନିଜ ମା’ଙ୍କ ସହ ଗାଁରେ ରହିଆସୁଥିବା ବେଳେ ଗତ କିଛିଦିନ ପୂର୍ବରୁ ତାଙ୍କ ମା’ ଟାଟାନଗରରେ ଥିବା ଅନ୍ୟ ଏକ ଘରକୁ ପଳାଇଥିଲେ। ତେଣୁ ଗତ କିଛିଦିନ ହେଲା ଟିକା ନିଜ ଘରେ ଏକୁଟିଆ ରହୁଥିଲେ। ଆଜି ସକାଳେ ଟିକାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ନିଜ ଘର ଆଗରେ ପଡ଼ିଥିବାର ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ସାଇଣ୍ଟିଫିକ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଟିକାଙ୍କର ମୃତ୍ୟୁ ଘଟିଲା ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ଶବ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe