ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମେଠିର ବେଗମପୁରା ଏକ୍ସପ୍ରେସ ଟ୍ରେନରେ ଏକ ଅଭାବନୀୟ ଘଟଣା ଘଟିଛି। ବସିବା ପାଇଁ ଉଭୟ ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ହତ୍ୟାର ରୂପ ନେଇଥିଲା। ମୃତକଙ୍କ ନାମ ତୌହିତ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜମ୍ମୁତବୀରୁ ବାରାଣାସୀ ଆସୁଥିବା ବେଗମପୁର ଏକ୍ସପ୍ରେସ ଟ୍ରେନରେ ସୁଲତାନପୁର ଜିଲ୍ଲାର ଗୌତମପୁର ଗ୍ରାମରେ ରହୁଥିବା ଦୀପକ, ମିଥୁନ, ପବନ, ସୁଜିତ ନାମକ ଯୁବକମାନେ ଅମ୍ବାଲା ଷ୍ଟେସନରୁ ଜେନେରାଲ ବଗିରେ ବସିଥିଲେ। ଏମାନେ ସମସ୍ତେ ସାଙ୍ଗ ହୋଇ ଟ୍ରେନରେ ଘରକୁ ଫେରୁଥିଲେ।
ଟ୍ରେନ ଯେତେବେଳେ ଲକ୍ଷ୍ମୌରେ ପହଞ୍ଚିଥିଲା ଉକ୍ତ ଷ୍ଟେସନରୁ ଏହି ବିଗିରେ ଅମେଠି ଜିଲ୍ଲାର ରାଣୀପୁର ଗ୍ରାମରେ ରହୁଥିବା ତୌହିତ ନାମକ ଯୁବକ ଉଠିଥିଲେ। ସେ ଦୀପକ, ମିଥୁନ, ପବନ, ସୁଜିତ ବସିଥିବା ସିଟରୁ ଉଠିବାକୁ କହିଥିଲେ। କାରଣ ଉକ୍ତ ସିଟଟି ତାଙ୍କ ନାମରେ ଥିଲା। କିନ୍ତୁ ଉକ୍ତ ୪ଜଣ ଯୁବକ ସିଟରୁ ଉଠି ନଥିଲେ।
ଏହାପରେ ତୌହିତ ଆଗାମୀ ଷ୍ଟେସନରେ ତାଙ୍କ ଭାଇଙ୍କୁ ଡାକି ଦେଇଥିଲେ। ଭାଇ ସହିତ ତୌହିତ ଟ୍ରେନରେ ଚଢ଼ି ଦୀପକ, ମିଥୁନ, ପବନ, ସୁଜିତଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଉତ୍ତେଜିତ ହୋଇ ୪ଜଣ ଯୁବକ ତୌହିତ ଓ ତାଙ୍କ ଭାଇଙ୍କୁ ନିସ୍ତୁକମାଡ଼ ମାରିବା ସହିତ ଛୁରାମାଡ଼ କରିଥିଲେ। ଏହି ଆକ୍ରମଣରେ ତୌହିତ ଓ ତାଙ୍କ ଭାଇ ଗୁରୁତର ଆହତ ହେବାପରେ ଟ୍ରେନରେ ଅଚେତ ହୋଇପଡ଼ିଥିଲେ।
Follow Us