ରାଜନଗର (ସୂର୍ଯ୍ୟ ନାରାୟଣ ଲେଙ୍କା):କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ର ମା’ ଥାନାପତି ଠାକୁରାଣୀ ପୀଠରେ ଆଜି ଏକ ହତ୍ୟାକାଣ୍ଡ ହୋଇଛି। ମାଆଙ୍କ ପୀଠରେ ରନ୍ଧା ଭୋଗ ପରେ ଏହି ହତ୍ୟାକାଣ୍ଡ ହୋଇଛି। ରିଘାଗଡ଼ ଗାଁର ବୁଦ୍ଧିଆ ସାହୁଙ୍କୁ ବାଡେଇକି ହତ୍ୟା କରାଯାଇଥିବା ସୂଚନା ରହିଛି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖିଛି। ଆଜି  ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ଏହି ଘଟଣା ଘଟିଛି। 

Advertisment

ସୂଚନା ମୁତାବକ କଣ୍ଡିରା ପଞ୍ଚାଯତ ଜଗନ୍ନାଥପୁର ଗାଁର କିଛି ଯୁବକ ଠାକୁରାଣୀଙ୍କ ପୀଠରେ ରନ୍ଧା ଭୋଗ କରିଥିଲେ। ରୋଷେଇ କରି ପୂଜା କରି  ଖାଇସାରିବା ପରେ ଟାଟା ଏସି ଗାଡିରେ ରୋଷେଇ ସରଞ୍ଜାମ ଲଦି ଘରକୁ ନେଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଗାଡ଼ି ଅଟକାଇ ମଦ ମାଗିଥିଲେ। ଡ୍ରାଇଭର ସହ ଦୁଇ ଯୁବକଙ୍କ ବଚସା ହୋଇଥିଲା। ଦୁଇ ଯୁବକ ଗାଡି ଡ୍ରାଇଭରକୁ ମାଡ଼ ମାରିଥିଲେ। ଏହାକୁ ନେଇ ସେଠାରେ ଜଗନ୍ନାଥପୁର ଗାଁର ଯୁବକମାନେ ପହଞ୍ଚି ଡ୍ରାଇଭରଙ୍କୁ ମାଡ଼ ମରିଥିବା ଯୁବକଙ୍କୁ ମାଡ଼  ମାରିଥିଲେ। ଏହାକୁ ନେଇ ଠାକୁରାଣୀ ପୀଠରେ ଋଘାଗଡ ଗାଁ ଲୋକ ଏକାଠି ହୋଇ ଜଗନ୍ନାଥପୁର ଲୋକଙ୍କୁ ଘେରି ଯାଇଥିଲେ। ଠାକୁରାଣୀ ପୀଠରେ ଦୁଇ ଉଭୟ ପକ୍ଷ ମଧ୍ୟରେ ବାଡିଆପିଟା ଯାଏଁ କଥା ଯାଇଥିଲା। ଗଣ୍ଡଗୋଳ ଭିତରେ ଋଘାଗଡ ଗାଁର ବୁଦ୍ଧିଆ ସାହୁ (୫୫ ବର୍ଷ)ଙ୍କୁ କିଏ ଠେଲି ଦେବାରୁ ବୁଦ୍ଧିଆ ତଳେ ପଡ଼ି ଯାଇଥିଲେ। ବୁଦ୍ଧିଆ ବେହୋସ ହୋଇ ପଡିଥିଲେ। ବୁଦ୍ଧିଆଙ୍କୁ ପରିବାର ଲୋକେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: Dumka Murder: ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା

ମଦ ପିଇ ହୋହାଲ୍ଲା

ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ସୂଚନା ମୁତାବକ ଗାଁ ରାସ୍ତାରେ ଗାଡି ରଖି ରାସ୍ତା ଅବରୋଧ କରିବା ସହ ମଦ ପିଇ ହୋହାଲ୍ଲ କରିଥିଲେ। ଏହାକୁ ଗ୍ରାମବାସୀମାନେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ତୀବ୍ର ରୂପ ନେଇଥିଲା। ଏହି ସମୟରେ ଥାନପତି କମିଟିର ସଦସ୍ୟ ବୁଦ୍ଧିଆ ସାହୁ ଉତ୍ୟକ୍ତ ଯୁବକମାନଙ୍କୁ ବୁଝାସୁଝା କରିବା ସମୟରେ ବୁଦ୍ଧିଆଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ବୁଦ୍ଧିଆଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି। ରାଜନଗର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ଗଣ୍ଡଗୋଳ ସମୟରେ ଥିବା ଭିଡିଓରେ ଟାଟା ଏସି ଗାଡି ରାସ୍ତାକଡ଼ରେ ଥିବା ଦେଖାଯାଉଛି। 

ଆହୁରି ପଢ଼ନ୍ତୁ: Ind Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌, କେଏଲ୍‌ ରାହୁଲ ଅଧିନାୟକ, ଫେରିଲେ ଜାଡ଼େଜା