ପଢ଼ିବାକୁ ମନା କରିବାରୁ ପତ୍ନୀଙ୍କୁ ନିଆଁ ଲଗାଇ ଜାଳିଦେଲେ ସ୍ୱାମୀ!

Advertisment
ପଢ଼ିବାକୁ ମନା କରିବାରୁ ପତ୍ନୀଙ୍କୁ ନିଆଁ ଲଗାଇ ଜାଳିଦେଲେ ସ୍ୱାମୀ!

ହାଇଦ୍ରାବାଦ୍‌: ଏମିତି ଲାଗୁଛି ଯେମିତି ଯୌତୁକଜନିତ ହତ୍ୟା ଆଉ ଲୋପ ପାଇବ ନାହିଁ। ନିକଟରେ ଦେଖିବାକୁ ମିଳିଛି ପୁଣି ଏକ ଘୃଣ୍ୟ ଅପରାଧ। ଯୌତୁକ ହେତୁ ନିଜର ୨୦ ବର୍ଷୀୟା ପତ୍ନୀଙ୍କୁ ଛୁରୀ ନିଆଁ ଲଗାଇ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ଏଲ୍‌ବି ନଗରରର ଟାଉନ୍‌ କଲୋନିରେ ରହୁଥିବା ଜଣେ ବେସରକାରୀ ଚାକିରିଆ ରିଶି କୁମାର(୨୬)କୁ ହରିକା ବିବାହ କରିଥିଲେ। ରିଶି ହେଉଛନ୍ତି ହରିକାଙ୍କ ସଂପର୍କୀୟ ଭାଇ। ହରିକା ଜଣେ ଦାନ୍ତ ଡାକ୍ତର ହୁଅନ୍ତୁ ବୋଲି ଇଚ୍ଛା କରି ରିଶି ତାଙ୍କୁ ପାଠ ପଢ଼ାଇବାର ନିଷ୍ପତ୍ତି ନେଲେ। ଶେଷରେ ରିଶି ଏକ କଲେଜ୍‌ରେ ୧ ଲକ୍ଷ ଟଙ୍କା ଦେଇ ନାମ ଲେଖାଇବା ପରେ ହରିକା ସେଠାରେ ପଢ଼ିବାରୁ ରାଜି ହେଲେ ନାହିଁ। ଫଳରେ କଳହ ବଢ଼ିବାରୁ ଯୌତୁକ ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ରିଶି, ହରିକାଙ୍କୁ ହତ୍ୟା କରିଥିବା ହରିକାଙ୍କ ଘର ଲୋକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ହରିକାଙ୍କ ମୃତ୍ୟୁକ ଆତ୍ମହତ୍ୟାନ ନାମ ଦେଉଛନ୍ତି ରିଶିଙ୍କ ପରିବାର ଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe