Advertisment

କାର୍‌ ବଦଳରେ ପ୍ରେମିକା ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁବାରୁ ହତ୍ୟା

Advertisment
କାର୍‌ ବଦଳରେ ପ୍ରେମିକା ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁବାରୁ ହତ୍ୟା

ପଲବଲ: ଟ୍ରାନ୍ସପୋର୍ଟ ଠିକାଦାର ବିନୋଦ କୁମାର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ଅଭିଯୁକ୍ତ ବିକ୍ରମ ପୁଲିସର ରିମାଣ୍ଡରେ ଆସିବା ପରେ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇଛି।
ପୁଲିସର ସୂଚନା ଅନୁଯାୟୀ ବିକ୍ରମ ଓ ବିନୋଦଙ୍କ ଭଲ ପରିଚୟ ଥିଲା। ଦିନେ ବିକ୍ରମ ନିଜର ପ୍ରେମିକାକୁ ବୁଲେଇବା ଲାଗି ବିନୋଦକୁ ତା’ର କାର୍‌ ମାଗିଥିଲା। ବିନୋଦ ଗାଡିି ଦେବାକୁ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା। ମାତ୍ର ଗୋଟିଏ ଅଜବ ସର୍ତ୍ତ ରଖିଲା। ତାହା ହେଲା କି ବିନୋଦ ବିକ୍ରମର ପ୍ରେମିକା ସହିତ ଶାରୀରିକ ସଂପର୍କ ରଖିବ। ଏକଥାକୁ ନେଇ ବିକ୍ରମ ଓ ବିନୋଦଙ୍କ ଭିତରେ ଝଗଡ଼ା ହେଲା।

publive-image
ବିନୋଦ ନିଜର ଆଇ-୨୦ କାର୍‌ରେ ଯେତେବେଳେ ନିଜ ଗାଆଁ ମେଙ୍ଗପୁରରୁ ପଲବଲ ଯାଉଥିଲା,ରାସ୍ତାରେ ବିକ୍ରମକୁ ନେଇଗଲା। ବାଟରେ ସେ ଦୁହେଁ ବିଅର୍‌ କିଣି ପିଇଲେ। ରାସ୍ତାରେ କାର୍‌ ରଖି ଦୁହେଁ କଥା ହେଲେ। ସେହି ସମୟରେ ବିକ୍ରମ ବିନୋଦର ତଣ୍ଟି ଚିପି ହତ୍ୟା କରିଥିଲା। ବିକ୍ରମ ନିଜେ ଏକୁଟିଆ ହତ୍ୟାକାଣ୍ଡ ଘଟାଇଛି ବୋଲି କହୁଥିବା ବେଳେ ପୁଲିସ ଏଥିରେ ଅନ୍ୟ କେହି ସାମିଲ ଥିବାର ସନ୍ଦେହ କରୁଛି। ଏହି ପ୍ରସଙ୍ଗରେ ବିକ୍ରମର ପ୍ରେମିକାକୁ ବି ପଚରାଉଚୁରା କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe