ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଧମକ

Advertisment
ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନରେ ଝାରପଡ଼ା ବୈରାଗୀ ନଗରରେ।

ସୂଚନାନୁଯାୟୀ ଏସ.ପଦ୍ମଜା ଓ ତାଙ୍କ ସ୍ୱାମୀ ଏସ.ଡି ସୁବୁଦ୍ଧି ଝାରପଡ଼ା ସ୍ଥିତ ବୈରାଗୀନଗରରେ ରହନ୍ତି। କିଛି ଦିନ ପୂର୍ବେ ଏ.କେଶବ ପାତ୍ର ନାମକ ଜଣେ ସଂର୍ପକୀୟ ତାଙ୍କଠାରୁ ବ୍ୟବସାୟ କରିବା ପାଇଁ ୮ ଲକ୍ଷ ଟଙ୍କା ଧାର ନେଇ ୩ ମାସ ଭିତରେ ଫେରାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେଶବଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବାରୁ ସେ ପୁଣି ପଦ୍ମଜାଙ୍କଠାରୁ ୬.୭୫ ଲକ୍ଷ ଧାର ଆଣିଥିଲେ। ଆଉ ସମୁଦାୟ ଟଙ୍କା ୧୪ଲକ୍ଷ ୭୫ ହଜାର ୩ମାସ ଭିତରେ ଫେରାଇ ଦେବାକୁ କହିଥିଲେ। ୨୨ ଫେବ୍ରୁଆରିରେ କେଶବ ଚେକ୍‌ ଯୋଗେ ୮ ଲକ୍ଷ ଟଙ୍କା ଦେଇଥିଲେ ଏବଂ ବାକିଥିବା ୬ଲକ୍ଷ ୭୫ହଜାର ୧୫ ରୁ୨୦ ଦିନ ଭିତରେ ଦେବା ପାଇଁ ଜବାବ ଦେଇଥିଲେ। ପଦ୍ମଜାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ମେଡିକାଲ ଖର୍ଚ ପାଇଁ କେଶବ ଦେଇଥିବା ଚେକ୍‌କୁ ବ୍ୟାଙ୍କରେ ଲଗାଇଥିଲେ କିନ୍ତୁ ଏହା ଟଙ୍କା ନଥିବା କାରଣରୁ ଫେରି ଆସିଥିଲା। ଏଥି ପାଇଁ ଆସନ୍ତା ମାସ୧୦ ତାରିଖ ସକାଳ ୯ଟା ବେଳେ ପଦ୍ମଜା ଏବଂ ତାଙ୍କ ସ୍ୱାମୀ କେଶବ ରହୁଥିବା ଏଚ.ବି କଲୋନିକୁ ଯାଇ ଟଙ୍କା ଫେରାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଟଙ୍କା କଥା ଶୁଣି କେଶବ ତାଙ୍କୁ ଗାଳିଗୁଳଜ କରିବା ଆରମ୍ଭ କରିଥିଲେ। ସେଠାରେ ଥିବା କେଶବଙ୍କ କିଛି ଲୋକ ପଦ୍ମଜାଙ୍କୁ ଟଣାଓଟରା କରିବା ସହ ତାଙ୍କ ପତିଙ୍କୁ ମାରଧର କରିଥିଲେ। ଏନେଇ ପଦ୍ମଜା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe