ଯୁବକଙ୍କୁ ଗଳାକାଟି ହତ୍ୟା

ଯୁବକଙ୍କୁ ଗଳାକାଟି ହତ୍ୟା

ନୀଳଗିରି: ନୀଳଗିରି ବ୍ଳକ ରାଧାକିଶୋରପୁର ପଞ୍ଚାୟତ ଶାଳସାହି ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ। ଗାଁର ନରେନ୍ଦ୍ର ସିଂ(୪୪)ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛି। ଗତକାଲି ରାତି ସାଢ଼େ ୧୦ଟା ବେଳେ ଘଟିଛି ଏହି ଘଟଣା। ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୁଲିସ ଗାଁର ନିରଂଜନ ଜେନାଙ୍କ ପୁଅ ପିଙ୍କୁଆ ଓରଫ ଆଶିଷ (୧୯)କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା କାତିକୁ ପୁଲିସ ଜବତ କରିଛି। ଅଭିଯୁକ୍ତର ଅନୈତିକ ସଂପର୍କକୁ ବିରୋଧ କରିବାରୁ ନରେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି; ଗାଁର ଜଣେ ଆଦିବାସୀ ଯୁବତୀଙ୍କ ସହ ଅଭିଯୁକ୍ତ ଆଶିଷର ଅନୈତିକ ସଂପର୍କଥିଲା। ଏହି କାରନାମା ନରେନ୍ଦ୍ର ଜାଣିଥିଲେ। ଏହାକୁ ନେଇ ଗତକାଲି ରାତି ୯ଟା ବେଳେ ଗାଁମୁଣ୍ଡ ପାନ ଦୋକାନ ପାଖରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ରାତି ସାଢ଼େ ୧୦ଟା ବେଳେ ନରେନ୍ଦ୍ର ଫେରିବା ବେଳେ ପୂର୍ବରୁ ଛକିରହିଥିବା ଆଶିଷ ଅତର୍କିତ ଭାବେ ତାଙ୍କୁ ମାଡ଼ିବସି ଗଳାକାଟି ଦେଇଥିଲା। ସେତିକି ବେଳେ ଦାଦାଙ୍କୁ ଖୋଜିବାକୁ ଯାଉଥିବା ତାଙ୍କ ପୁତୁରା ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ନରେନ୍ଦ୍ର ପଡ଼ିଥିବା ଓ ଆଶିଷ ପଳାଉଥିବା ଦେଖି ଡାକ ପକାଇଥିଲେ। ଗାଁଲୋକେ ଧାଇଁଆସି ଆଶିଷକୁ କାବୁ କରିବା ସହ ଥାନାକୁ ଖବର ଦେଇଥିଲେ। ଅଯୋଧ୍ୟା ଫାଣ୍ଡି ଅଧିକାରୀ ବିଶ୍ୱନାଥ ପଣ୍ଡା ପହଞ୍ଚ ଅଭିଯୁକ୍ତକୁ କବ୍‌ଜାକୁ ନେଇଥିଲେ। ଖବର ପାଇ ନୀଳଗିରି ଥାନା ଆଇଆଇସି ରମେଶ ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚ ତଦନ୍ତ କରିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ଗାଁରେ ପୁଲିସ ମୁତୟନ କରାଯାଇଛି। ପୁଲିସ ଅଭିଯୁକ୍ତର ବାପାଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe