ମିରଟ: ଉତ୍ତରପ୍ରଦେଶର ମିରଟରେ ଘଟିଥିବା ସୌରଭ ରାଜପୁତଙ୍କ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଛି। ସୌରଭଙ୍କ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଯେଉଁଭଳି ଭାବରେ ସୌରଭଙ୍କ ହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୌଣସି ସ୍ତ୍ରୀ କ’ଣ ସ୍ବାମୀଙ୍କୁ ଏଭଳି ହତ୍ୟା କରିପାରେ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମୁସ୍କାନ ଏବଂ ସାହିଲ ଅନେକ ଦିନ ଧରି ସୌରଭଙ୍କ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଯେଉଁ ଡ୍ରମରେ ମୁସ୍କାନ ସ୍ବାମୀ ସୌରଭଙ୍କ ମୃତଦେହ ପୋତିଥିଲେ। ସେହି ଡ୍ରମରେ ସେ ଗଛ ଲଗାଇବାର ଯୋଜନା କରିଥିଲେ।
ପୁଲିସ ସାମ୍ନାରେ ମୁସ୍କାନ ନିଜର ଦୋଷ ସ୍ବୀକାର କରି କହିଛନ୍ତି, ‘ଯୋଜନା ଥିଲା ସୌରଭଙ୍କ ହତ୍ୟାପରେ ଡ୍ରମରେ ମୃତଦେହ ରଖି ତା’ ଉପରେ ମାଟି ପକାଇ ଗଛ ଲଗାଇବି। କିନ୍ତୁ, ଡ୍ରମରୁ ସୌରଭଙ୍କ ମୃତଦେହର ଗନ୍ଧ ବାହାରୁଥିବା ଭୟରେ ମୁଁ ସେଥିରେ ସିମେଣ୍ଟ ଢାଳି ସିଲ୍ କରିଦେଇଥିଲି।’
Follow Us