ସୌରଭ ହତ୍ୟାକାଣ୍ଡ: ମା’ ହେବାକୁ ଯାଉଛନ୍ତି ସ୍ବାମୀ ହତ୍ୟାକାରୀ ମୁସ୍କାନ

Advertisment

ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୁସ୍କାନ ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ମୁସ୍କାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।

ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୁସ୍କାନ ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ମୁସ୍କାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।

WRT

ନୂଆଦିଲ୍ଲୀ: ସ୍ବାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ମେରଠ ଜେଲରେ ସ୍ତ୍ରୀ ମୁସ୍କାନ ଓ ତାଙ୍କ ପ୍ରେମିକ ବନ୍ଦୀ ଅଛନ୍ତି। ବନ୍ଦୀ ଥିବା ଅବସ୍ଥାରେ ମୁସ୍କାନ ମା’ ହେବାକୁ ଯାଇଥିବା ଖବର ମିଳିଛି।

ମିରଟ ଜେଲ ପ୍ରଶାସନ ମୁସ୍କାନଙ୍କ  ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ସିଏମଓ (ମୁଖ୍ୟ ଚିକିତ୍ସା ଅଧିକାରୀ)ଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ମହିଳା ଗାଇନିଂ ଡାକ୍ତରଙ୍କୁ ଜେଲ ପଠାଇବାକୁ ଅନୁରୋଧ କରାଯାଇଥିଲା।  ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲର ଡାକ୍ତର ଚୌଧୁରୀ ଚରଣ ସିଂହ ତାଙ୍କ ଟିମ ସହିତ ଜେଲରେ ପହଞ୍ଚି ମୁସ୍କାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଅନ୍ତସତ୍ତ୍ବା ଥିବା ଜଣାପଡ଼ିଛି। 

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ବର୍ତ୍ତମାନ ମୁସ୍କାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ତାଙ୍କର କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଯାଇ ନାହିଁ। ସୋସିଆଲ ମିଡିଆରେ ମୁସ୍କାନଙ୍କ ଅବସ୍ଥା ଗୁରୁତର ଥିବା ନେଇ ଯେଉଁ ଖବର ଘୁରି ବୁଲୁଛି ସେଥିରେ କୌଣସି ସତ୍ୟତା ନାହିଁ।’

ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀ ମୁସ୍କାନ ପ୍ରେମିକ ସହ ମିଶି ଶରୀରକୁ ଖଣ୍ଡଖଣ୍ଡ କରି ଏକ ନୀଳ ଡ୍ରମରେ ଭର୍ତ୍ତି କରି ତା’ ଉପରେ ସିମେଣ୍ଟ ଢାଳି ଦେଇଥିଲେ । ଏହି ମାମଲାରେ ପୁଲିସ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe