ମଧ୍ୟପ୍ରଦେଶ: ଗାଈଙ୍କ ସୁରକ୍ଷା ପାଇଁ କାମ କରୁଥିବା ମୁସଲମାନ ମହିଳାଙ୍କୁ ଆକ୍ରମଣ

ମଧ୍ୟପ୍ରଦେଶ: ଗାଈଙ୍କ ସୁରକ୍ଷା ପାଇଁ କାମ କରୁଥିବା ମୁସଲମାନ ମହିଳାଙ୍କୁ ଆକ୍ରମଣ

ଭୋପାଳ: ଗାଈଗୋରୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ଜଣେ ମୁସଲମାନ ମହିଳାଙ୍କ ଉପରେ ଶନିବାର ଦିନ ତାଙ୍କ ଶାଶୂଘର ଲୋକେ ଆକ୍ରମଣ କରିଛନ୍ତି।

ମେହରୁନିଶା ଖାଁ କହନ୍ତି ଯେ ଗାଈମାନଙ୍କ ସୁରକ୍ଷା କାରଣରେ ସେ ସମ୍ପୃକ୍ତ ଥିବାରୁ ଶାଶୂଘର ଲୋକଙ୍କ ଦ୍ୱାରା ମାଡ଼ ଖାଇଛନ୍ତି। ଆକ୍ରମଣକାରୀମାନେ ତାଙ୍କୁ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।

‘ନେସ୍‌ନାଲ୍‌ କାଓ ସର୍ଭିସ୍‌ କର୍ପସ୍‌’, ମଧ୍ୟପ୍ରଦେଶ ଶାଖାର ଅଧ୍ୟକ୍ଷା ମେହରୁନିଶା ଆହୁରି କହିଛନ୍ତି: ମୁଁ ଡରି ଯାଇଛି। ମୁଁ ଯଦି ସମ୍ପୂର୍ଣ୍ଣ ଭାବେ ଏ କାମରୁ ଓହରି ନ ଯାଏ ସେମାନେ ମୋତେ ମାରିଦେବାକୁ ବା ଏସିଡ୍‌ ଫିଙ୍ଗିବାକୁ ଧମକ ଦେଇଛନ୍ତି।

ଶାଶୂଘର ଏବଂ କେତେକ ବାହାର ଲୋକଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଜଣାଇ ସେ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ, ଏ ଯାଏ ତାଙ୍କ କଥା ଉପରେ କେହି ଗୁରୁତ୍ୱ ଦେଇ ନାହାନ୍ତି।

ମୋତ ଭୟଭୀତ କରିବାକୁ ମୋ ହ୍ଵାଟ୍‌ସ୍‌ଆପ୍‌ରେ ଧମକଭରା ପୋଷ୍ଟ୍‍ ପଠାଯାଉଛି। ମୋ ହ୍ଵାଟ୍‌ସ୍‌ଆପ୍‌ରେ କଟାମୁଣ୍ଡ ପଠାଯିବା ସହ ଧମକ ଦିଆଯାଉଛି ଯେ ଯଦି ମୁଁ ଏ କାମରୁ ଦୂରେଇ ନ ଯାଏ ମୋର ମଧ୍ୟ ପରିଣତି ସେମିତି ହେବ।

ମଧ୍ୟପ୍ରଦେଶର ନୀମୁଚ୍‌ରେ ଗୌଶାଳା ଚଳାଉଥିବା ମିଷ୍ଟର୍‌ ଖାଁ କହନ୍ତି ଯେ ନିରାପତ୍ତା ଯୋଗାଇ ଦେବାକୁ ମେହରୁନିଶା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆବେଦନ କରିଛନ୍ତି।

ମେହରୁନିଶା କହନ୍ତି, ମୋ ପିତାମାତା ଏବଂ ଝିଅ ମଧ୍ୟ ମୋତେ ରକ୍ଷା କରୁ ନାହାନ୍ତି। ଏ କାମ ତାଙ୍କୁ ବଦନାମ କରୁଛି ବୋଲି ସେମାନେ ଭାବୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe