ପୁଲିସ ଷ୍ଟେସନରେ ହତ୍ୟାକାରୀ ବାପା ପହଞ୍ଚି ଦୋଷ ସ୍ବୀକାର କରି କହିଲେ, ‘ଆଜ୍ଞା ମୁଁ ମୋ ଝିଅକୁ ହତ୍ୟା କରି ଦେଇଛି’

Advertisment

ଉତ୍ତରପ୍ରଦେଶର ମୁଜାଫରନଗରରେ ପୁଲିସ ଷ୍ଟେସନରେ ପହଞ୍ଚିଥିବା ବ୍ୟକ୍ତି ନିଜ ଦୋଷ ସ୍ବୀକାର କରି ଘଟଣା ବଖାଣି କହିଛନ୍ତି, ‘ଆଜ୍ଞା ମୁଁ ମୋ ଝିଅକୁ ହତ୍ୟା କରି ଦେଇଛି।’ ପୁଲିସ ହତ୍ୟାକରୀ ବାପାଙ୍କୁ କଲା ଗିରଫ।

ଉତ୍ତରପ୍ରଦେଶର ମୁଜାଫରନଗରରେ ପୁଲିସ ଷ୍ଟେସନରେ ପହଞ୍ଚିଥିବା ବ୍ୟକ୍ତି ନିଜ ଦୋଷ ସ୍ବୀକାର କରି ଘଟଣା ବଖାଣି କହିଛନ୍ତି, ‘ଆଜ୍ଞା ମୁଁ ମୋ ଝିଅକୁ ହତ୍ୟା କରି ଦେଇଛି।’ ପୁଲିସ ହତ୍ୟାକରୀ ବାପାଙ୍କୁ କଲା ଗିରଫ।

New Project (25)

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ପୁଲିସ ଷ୍ଟେସନରେ ପହଞ୍ଚିଥିବା ବ୍ୟକ୍ତିଙ୍କ ସ୍ୱୀକାରୋକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ସୂଚନାଯୋଗ୍ୟ, ମୁଜାଫରନଗରର ଖାଲାପାର ଥାନା ଅଞ୍ଚଳର କିଡୱାଇ ନଗର ଅଞ୍ଚଳରେ ବସବାସ କରୁଥିବା ଗୟୁର ତାଙ୍କ ୧୯ ବର୍ଷୀୟ ଝିଅ ଆରଜୁଙ୍କ ଗଳାକାଟି ହତ୍ୟା କରିଛନ୍ତି। ଝିଅକୁ ହତ୍ୟା ପରେ ହତ୍ୟାକାରୀ ବାପା ନିଜେ ପୁଲିସ ଷ୍ଟେସନରେ ପହଞ୍ଚି ନିଜର ଅପରାଧ ସ୍ୱୀକାର କରି ସମ୍ପୂର୍ଣ୍ଣ ଘଟଣାକୁ ବଖାଣିଥିଲେ।

ପୁଲିସ ସମ୍ମୁଖରେ ହତ୍ୟାକାରୀ ବାପା କହିଥିଲେ, ‘ମୁଁ ଝିଅ ଆରଜୁର ବିବାହ ଦେଓବନ୍ଦରେ ସ୍ଥିର କରିଥିଲି। ଅନେକ ବୁଝାଇବା ସତ୍ତ୍ବେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥିଲା। ଏହାପରେ ଝିଅର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ଥିବା ନେଇ ମୋର ସନ୍ଦେହ ହୋଇଥିଲା। ତେଣୁ ମୁଁ ରାଗରେ ଶୋଇଥିବା ଅବସ୍ଥାରେ ଝିଅର ଗଳାକାଟି ହତ୍ୟା କରିଥିଲି।’

ଘଟଣା ବିଷୟରେ ଜାଣିବା ପରେ ପୁଲିସ ଝିଅ ହତ୍ୟାକରୀ ବାପା ଗୟୁରଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe