ଯୌତୁକ ନିର୍ଯାତନା ସହି ନପାରି ବାପଘରକୁ ଚାଲିଆସିଥିବା ସ୍ତ୍ରୀଙ୍କୁ ହ୍ବାଟସଆପରେ ତିନିତଲାକ ଦେଲେ ସ୍ବାମୀ

ଯୌତୁକ ନିର୍ଯାତନା ସହି ନପାରି ବାପଘରକୁ ଚାଲିଆସିଥିବା ସ୍ତ୍ରୀଙ୍କୁ ହ୍ବାଟସଆପରେ ତିନିତଲାକ ଦେଲେ ସ୍ବାମୀ। ଅଭିଯୋଗ ପରେ ଆସମାଙ୍କ ଶାଶୁ, ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟ (ଯାହାଙ୍କ ବିରୋଧରେ ହୋଇଛି ଅଭିଯୋଗ) ଫେରାର ଅଛନ୍ତି।

623e941d-d368-4b1c-ae28-e0ea9478f72c

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଛାପର ଥାନା ଅଞ୍ଚଳର ବାସେଡା ଗାଁରୁ ହ୍ୱାଟସଆପ ଜରିଆରେ ତିନତଲାକ ଦେବାର ଘଟଣା ସାମ୍ନାକୁ ଆସିଛି।

ତିନତଲାକ ଘଟଣାକୁ ନେଇ ସର୍କଲ ଅଫିସର (ସିଓ) ରବି ଶଙ୍କର କହିଛନ୍ତି, ‘ପୀଡ଼ିତା ଆସମାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଆସମାଙ୍କ ସ୍ୱାମୀ ହାସନ, ଶାଶୁ ରାଶିଦା ଏବଂ ଦୁଇ ଭାଇ ସଲିମ ଏବଂ ଶାକିରଙ୍କ ବିରୋଧରେ ଯୌତୁକ ନିଷେଧ ଆଇନ ଏବଂ ମୁସଲିମ ମହିଳା (ବିବାହ ବିଚ୍ଛେଦ ଉପରେ ଅଧିକାରର ସୁରକ୍ଷା) ଆଇନ ୨୦୧୯ ର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୋଗ ପରେ ଆସମାଙ୍କ ଶାଶୁ, ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟ (ଯାହାଙ୍କ ବିରୋଧରେ ହୋଇଛି ଅଭିଯୋଗ) ଫେରାର ଅଛନ୍ତି। ପୁଲିସ ଖୁବଶୀଘ୍ର ଫେରାର ଥିବା ଆସମାଙ୍କ ଶାଶୁଘର ଲୋକଙ୍କୁ କାବୁ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ପୀଡ଼ିତା ଆସମା ଅଭିଯୋଗ କରି କହିଛନ୍ତି, ‘ମୁଁ ନଭେମ୍ବର ୨୦୧୭ରେ ହାସନଙ୍କୁ ବିବାହ କରିଥିଲି। ବିବାହ ପରଦିନ ଠାରୁ  ଶାଶୁଘରଲୋକ ମୋତେ ଯୌତୁକ ପାଇଁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ବାପା ଓ ମା’ଙ୍କ ସମ୍ମାନ ଦୃଷ୍ଟିରୁ ସବୁକିଛି ସହି ଯାଉଥିଲୁ। କିନ୍ତୁ ଦିନକୁ ଦିନ ମୋ ପ୍ରତି ନିର୍ଯାତନା ବଢ଼ି ଚାଲିଥିଲା। ଶାଶୁଘରଲୋକ ମୋତେ ନିର୍ଯାତନା ଦେବାରେ ସବୁ ସୀମା ଅତିକ୍ରମ କରିସାରିଥିଲେ। ମୁଁ ଆଉ ସହ୍ୟ କରି ନପାରି ବାପଘରକୁ ଚାଲି ଆସିଥିଲି।

ସେହିଦିନ ଠାରୁ ମୋ ସହିତ ସ୍ବାମୀଙ୍କର କୌଣସି ପ୍ରକାର ଆଉ ଯୋଗାଯୋଗ ନଥିଲା। ୨୦୨୫ ମାର୍ଚ୍ଚ ୩୧ ତାରିଖରେ ସ୍ବାମୀଙ୍କ ନମ୍ବରରୁ ମୋ ପାଖକୁ ହ୍ୱାଟସଆପରେ ଏକ ମେସେଜ ଆସିଥିଲା। ଏହି ମେସେଜଟି ଥିଲା ତିନ ତଲାକର।  ସ୍ବାମୀ ହ୍ୱାଟସଆପ ଜରିଆରେ ମୋତେ ବେଆଇନ ଭାବରେ ଛାଡପତ୍ର ଦେଇଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe