ଫେସ୍‌ବୁକ୍‌ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଏଭଳି ସାମ୍ନାକୁ ଆସିଲା ପୂରା ଘଟଣା

ଫେସ୍‌ବୁକ୍‌ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଏଭଳି ସାମ୍ନାକୁ ଆସିଲା ପୂରା ଘଟଣା

Daily Express

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ସ୍ତ୍ରୀ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତଦନ୍ତ କରି ପୂରା ମାମଲା ବାହାରକୁ ଆଣି ପାରିଛି । ତଦନ୍ତ ପରେ ପୁଲିସ ମୃତ ଯୁବକଙ୍କ ସ୍ତ୍ରୀ ଏବଂ ସ୍ତ୍ରୀର ପ୍ରେମିକକୁ ଦୋଷୀ ସାବ୍ୟସ୍ତ କରି ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଘଟଣାଟି ନାଗପୁରରେ ଥିବା ନାମଦେବ ଗାର୍ଡ଼େନରେ ଘଟିଥିବା ବେଳେ ମୃତକ ଜଣଙ୍କ ଶେଖର ପୌଣିକର ବୋଲି ଜଣା ପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ଶେଖରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ହାତର ଶିରା କଟା ଯାଇଥିବା ଜଣା ପଡ଼ିଥିଲା । କିଛି ଦିନ ପରେ ରଶ୍ମୀ ନାମକ ଜଣେ ମହିଳା ପୁଲିସ ଷ୍ଟେସନରେ ପହଞ୍ଚି ମୋ ସ୍ୱାମୀ କିଛି ଦିନ ତଳେ ରାତି ଖାଇବା ଖାଇ ଘରୁ ବାହାରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । କାମର ଚାପ ରହୁଥିବାରୁ ସେ ଆତ୍ମହତ୍ୟା କରିବା କଥା କହୁଥିଲେ ବୋଲି ରଶ୍ମୀ କହି ସ୍ୱାମୀର ନିଖୋଜ ହେବା ଅଭିଯୋଗ କରିଥିଲେ ।

publive-image satoshiwatch.com

ରଶ୍ମୀଙ୍କ ଉପରେ ପୁଲିସ ସନ୍ଦେହ କରି ଶେଖରଙ୍କ ମୃତ ଦେହ ତାଙ୍କ ସ୍ୱାମୀଙ୍କର କି ନାହିଁ ବୋଲି ଚିହ୍ନଟ କରିବାକୁ କହିଥିଲେ । ପରେ ରଶ୍ମୀ ଚିହ୍ନଟ କରି କାନ୍ଦିବାକୁ ଲାଗିବା ପରେ ପୁଲିସ ରଶ୍ମୀଙ୍କ ଜାଲରେ ନ ଫଶି ତାଙ୍କ ଅଟକ ରଖି ପଚରାଉଚରା କରିଥିଲେ । କିଛି ସମୟ ପରେ ରଶ୍ମୀ ନିଜର ଦୋଷ ମାନିବା ସହ ଫେସ୍‌ବୁକ୍‌ ପ୍ରେମିକ ସହ ରହିବା ପାଇଁ ଏପରି କରିଥିବା କହିଥିଲେ ଏବଂ ଶେଖରଙ୍କୁ ହତ୍ୟା କରିବାରେ ତାଙ୍କ ଫେସ୍‌ବୁକ୍‌ ପ୍ରେମିକ ମଧ୍ୟ ତାଙ୍କର ସାଥ୍‌ ଦେଇଥିଲେ ବୋଲି ସେ ପୁଲିସକୁ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe