ଉଲଗ୍ନ ହୋଇ ବାଇକ୍‌ ଚଳାଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଯାଞ୍ଚରେ ଲାଗିଛି ପୁଲିସ

Advertisment
ଉଲଗ୍ନ ହୋଇ ବାଇକ୍‌ ଚଳାଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଯାଞ୍ଚରେ ଲାଗିଛି ପୁଲିସ

latestly

କର୍ଣ୍ଣାଟକ: ଇଣ୍ଟରନେଟରେ ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କୁ ଉଲଗ୍ନ ଅବସ୍ଥାରେ ବାଇକରେ ଯାଉଥିବା ଦେଖିବାକୁ ମିଳିଛି। ବାଇକ୍‌ରେ ଥିବା ନଗ୍ନ ମହିଳାଙ୍କ ଏହି ଭିଡିଓ କର୍ଣ୍ଣାଟକର ବେଲଗାମର ବୋଲି କୁହାଯାଉଛି।

ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ମହିଳା ବିନା ପୋଷାକରେ ବାଇକରେ ଯାତ୍ରା କରୁଛନ୍ତି। ଏହି ଭିଡିଓକୁ ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇ ରହି ଯାଉଛି। ଭିଡିଓରେ ମହିଳା ବାଇକ୍‌ ଚଳାଉ ନାହାନ୍ତି, ବରଂ ଜଣେ ଅଜ୍ଞାତ ବ୍ୟକ୍ତି ବାଇକ୍‌ ଚଳାଉଛନ୍ତି ଓ ସେ ପଛରେ ବସିଛନ୍ତି। କିଛି ଦୂର ଯିବା ପରେ ଉକ୍ତ ବ୍ୟକ୍ତି ମହିଳାଙ୍କୁ ବାଇକ୍‌ରୁ ଓହ୍ଲାଇ ଦେଉଛନ୍ତି। ତେବେ ମହିଳା ଏପରି କାହିଁକି କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳି ପାରି ନାହିଁ। ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି।

ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ କୁହାଯାଉଛି କି ଏହା କ୍ଲବ୍‌ ରୋଡର । କିନ୍ତୁ ଏହା ସ୍ପଷ୍ଟ ହୋଇପାରି ନାହିଁ କି ଏହି ଭିଡିଓ ବେଲଗାମର କି ନାହିଁ। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଫ୍ଲୋରିଡାରେ ନଗ୍ନ ଅବସ୍ଥାରେ ବୁଲୁଥିବା ତିନିଜଣ ଯୁବତୀଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe