ବଡ଼କୁ ବିବାହ କରିବା ପରେ ସାନ ଭଉଣୀକୁ ପ୍ରେମ ଜାଲରେ ଫଶାଇଥିଲେ ଭିଣୋଇ, ଜୀବନ ହାରିଲେ ଶାଳୀ

Advertisment
ବଡ଼କୁ ବିବାହ କରିବା ପରେ ସାନ ଭଉଣୀକୁ ପ୍ରେମ ଜାଲରେ ଫଶାଇଥିଲେ ଭିଣୋଇ, ଜୀବନ ହାରିଲେ ଶାଳୀ

ନାଲନ୍ଦା: ବିହାରର ନାଲନ୍ଦାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଶାଳୀ ନିଜ ଭିଣୋଇଙ୍କ ଦ୍ବାରା ବ୍ଲାକ୍‌ମେଲିଂର ଶିକାର ହୋଇ ଜୀବନ ହାରିଥିବା ଜାଣିବାକୁ ମିଳିଛି। ଘଟଣା ଘଟିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ ଯେ, ମୃତ ଯୁବତୀଙ୍କ ବଡ଼ ଭଉଣୀ ନିଜ ଗ୍ର‌ାମରେ ହିଁ ଜଣେ ଯୁବକଙ୍କୁ ପ୍ରେମ କରି ବିବାହ କରିଥିଲେ। ଯୁବକ ଜଣକ ବଡ଼ ଭଉଣୀଙ୍କୁ ବିବାହ କରିବା ପରେ ସାନ ଭଉଣୀଙ୍କୁ ବି ପ୍ରେମ ଜାଲରେ ଫ‌ଶେଇ ଥିଲେ। ଏପରିକି ଯୁବକ ଜଣକ ନିଜ ଶାଳୀଙ୍କୁ ପ୍ରେମ ଜାଲରେ ଫଶାଇବା ସହ ତ‌ାଙ୍କ ସହ ଶାରୀରିକ ସଂପର୍କ ବି ରଖିଥିଲେ। ଏପରିକି ଶାରୀରିକ ସଂପର୍କ ରଖିବା ବେଳର ଭିଡିଓ କରି ଯୁବକ ଜଣକ ତାଙ୍କ ଶାଳୀଙ୍କୁ ବ୍ଲାକ୍‌ମେଲ୍ କରି ଆସୁଥି‌ଲେ।

ଯୁବତୀ ଜଣକ ଭି‌ଣୋଇଙ୍କ ଦ୍ବାରା ବ୍ଲାକ୍‌ମେଲିଂର ଶିକାର ହେବା ପରେ ଖୁବ୍ ମାନସିକ ଚାପରେ ରହୁଥିଲେ। ଶେଷରେ ଗୁରୁବାର ଦିନ ଫାଶୀ ଲଗାଇ ନିଜ ଜୀବନ ହାରିଦେଲେ।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ‌ଯେ ଯୁବତୀଙ୍କ ମୃତ ଶରୀର ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଉଦ୍ଧାର ହୋଇଛି। ସେ ନିଜ ମୃତ୍ୟୁ ପାଇଁ ନିଜ ଭିଣୋଇଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ଏବେ ଅଭିଯୁକ୍ତ ଭିଣୋଇଙ୍କୁ ଖୋଜିବାରେ ଲାଗିପଡ଼ିଛି। ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଆହୁରି ବି ଲେଖିଛନ୍ତି ଯେ ତାଙ୍କ ଭିଣୋଇଙ୍କ କାରଣରୁ ତାଙ୍କୁ ନିଜ ଘରେ ବି ମାଡ଼ ଗାଳି ସହିବାକୁ ପଡୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe