ପୁଲିସକୁ ଆକ୍ରମଣ ଉଦ୍ୟମ, ନଣ୍ଡାର ବାପା ଗିରଫ

Advertisment

ଅପହରଣ, ପ୍ରାଣାନ୍ତକ ଆକ୍ରମଣ ଓ ଏନ୍‌କାଉଣ୍ଟର ଘଟଣା

ଅପହରଣ, ପ୍ରାଣାନ୍ତକ ଆକ୍ରମଣ ଓ ଏନ୍‌କାଉଣ୍ଟର ଘଟଣା

ପୁଲିସକୁ ଆକ୍ରମଣ ଉଦ୍ୟମ, ନଣ୍ଡାର ବାପା ଗିରଫ

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ମେଘେଶ୍ୱର କଲୋନିର ଚିଣ୍ଟୁ ମହାନ୍ତିଙ୍କୁ ଅପହରଣ ଓ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ନଣ୍ଡା ଲେଙ୍କାର ବାପା ଗଗନ ଲେଙ୍କା ଲେଙ୍କା(୬୦)କୁ ଗିରଫ କରିଛି। ଉକ୍ତ ଦିନ ଚିଣ୍ଟୁଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସ୍ପେସାଲ ସ୍କ୍ଵାଡ୍‌ ପୁଲିସର ଏନ୍‌କାଉଣ୍ଟର୍‌ ଘଟଣାରେ ୩ଜଣ ଗିରଫ ହୋଇଥିଲେ।
ପୁଲିସ ସୂଚନା ମୁତାବକ, ସୋମବାର ରାତିରେ ନଣ୍ଡା ଘରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ତେଣୁ ରାତି ପ୍ରାୟ ଗୋଟାଏରେ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଟିମ୍‌ ନଣ୍ଡା ଘରେ ଚଢ଼ାଉ କରିଥିଲା। ପୁଲିସ ଚଢ଼ାଉ ଦେଖି ଗଗନ ଛାନିଆ ହୋଇଯାଇଥିଲେ। ପୁଅକୁ ଖସାଇବା ପାଇଁ ଗଗନ ଘରେ ଥିବା ଏକ ଖଣ୍ଡା ଧରି ପୁଲିସ୍‌କୁ ଗୋଡ଼ାଇ ଥିଲା। ଏହାର ସୁଯୋଗରେ ନଣ୍ଡା ଘର ପାଚେରି ଡେଇଁ ଫେରାର୍‌ ହୋଇଯାଇଥିଲା। ପୁଲିସ ଗଗନକୁ ଚତୁରତାର ସହ କାବୁ କରି ନେଇଥିଲା। ପୁଅକୁ ଖସାଇ ଦେବାରେ ସହଯୋଗ କରିବା ଓ ପୁଲିସକୁ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁକରି ଗଗନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe