ଅଣ୍ଡରଗ୍ରାଉଣ୍ଡ କେଫେ ଭିତରେ ଚାଲିଥିଲା ଅନୈତିକ କାର୍ଯ୍ୟ; ଚଢ଼ାଉ ସମୟରେ ଧରାପଡ଼ିଲେ ଯୁବକ-ଯୁବତୀ

ଗଙ୍ଗାପୁର ରୋଡରେ ଥିବା 'ମୋଗଲିସ୍ କେଫେ' ନାମକ ଭୂତଳ କାଫେ ବାହାରକୁ ଏକ ସାଧାରଣ ଫାଷ୍ଟଫୁଡ୍ ରେସ୍ତୋରାଁ ପରି ଦେଖାଯାଉଥିଲା କିନ୍ତୁ ଭିତରେ ଚାଲିଥିବା ଯୁବକ-ଯୁବତୀଙ୍କ ଅନୈତିକ କାର୍ଯ୍ୟ।

ତକ୍ି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଦେବଭୂମି ନାମରେ ପ୍ରସିଦ୍ଧ ନାସିକରେ ଦିନକୁ ଦିନ ଅପରାଧ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଗଙ୍ଗାପୁର ରୋଡରେ ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। 

ଏଠାରେ ଏକ କୋଠାର ଭୂତଳରେ ଖୋଲା ଯାଇଥିବା କେଫେକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ବିଧାୟିକା ଦେବଯାନୀ ଫରାନ୍ଦେ ପୁଲିସ ସହିତ ଏହି କେଫେ ଉପରେ ଚଢାଉ କରିଥିଲେ। ଏହି ଚଢ଼ାଉ ସମୟରେ ବିଧାୟିକା କେଫେ ଭିତରେ ଭିନ୍ନ ଏକ ଦୁନିଆ ଦେଖିବାକୁ ପାଇ ଚକିତ ହୋଇ ଯାଇଥିଲେ। 

ଗଙ୍ଗାପୁର ରୋଡରେ ଥିବା 'ମୋଗଲିସ୍ କେଫେ' ନାମକ ଭୂତଳ କାଫେ ବାହାରକୁ ଏକ ସାଧାରଣ ଫାଷ୍ଟଫୁଡ୍ ରେସ୍ତୋରାଁ ପରି ଦେଖାଯାଉଥିଲା କିନ୍ତୁ ଭିତରର ଦୃଶ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ଏଠାରେ ଯୁବକ ଏବଂ ଯୁବତୀମାନେ ଅଳ୍ପ ଆଲୋକରେ ରୋମାଣ୍ଟିକ ଗୀତରେ ନାଚିବା ସହିତ  ଛୋଟଛୋଟ ବନ୍ଦ କୋଠରୀ ଭିତରେ ଅଶ୍ଳୀଳ କାର୍ଯ୍ୟ କରୁଥିଲେ। 

ସ୍ଥାନୀୟ ଲୋକମାନେ ଏହି ବେଆଇନ କାର୍ଯ୍ୟକଳାପ ବିଷୟରେ ଜାଣିପାରି ବିଜେପି ବିଧାୟିକା ଦେବଯାନୀ ଫରାଣ୍ଡେଙ୍କ ନିକଟରେ ଅଭିଯୋଗ କରିଥିଲେ।ତଦନ୍ତ ସମୟରେ ଜଣାପଡିଲା ଯେ କେଫେ ଭିତରେ ଇଣ୍ଟରନେଟ୍ କେଫେ ଭଳି ଛୋଟ କୋଠରୀ ତିଆରି କରାଯାଇଥିଲା। ଏହି କୋଠରୀରେ କିଛି ସମୟ ବିତାଇବା ପାଇଁ ଯୁବକ ଓ ଯୁବତୀମାନଙ୍କ ଠାରୁ ୧୦୦ ରୁ ୨୦୦ ଟଙ୍କାରେ ଲେଖାଏଁ ଚାର୍ଜ ନିଆଯାଉଥିଲା। ଚଢାଉ ସମୟରେ ପୁଲିସ ଅନେକ ଯୁବକ ଏବଂ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରି ତଦନ୍ତ ଜାରି ରଖିଛି।

ବିଜେପି ବିଧାୟକ ଦେବଯାନୀ  ସ୍ଥାନୀୟଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ନିଜେ ପୁଲିସ ସହିତ ଘଟଣାସ୍ଥଳରେ ପହଞ୍ଚି ଏହି ଅନୈତିକ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଥିଲେ। ଚଢାଉ ପରେ କେଫେର ପରିଚାଳକଙ୍କୁ ଗିରଫ କରାଯାଇଛି ଏବଂ ପୁଲିସ କେଫେକୁ ସିଲ୍ କରି ତଦନ୍ତ ଜାରି ରଖିଛି।

ଏହି ଚଢାଉ ପରେ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରଶାସନ ଉପରେ ଚାପ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe