India TV
ମୁମ୍ବାଇ: ନଭି ମୁମ୍ବାଇ ନିକଟରେ ଭାସି ପୋଲ ଉପରୁ ଗତ ମଙ୍ଗଳବାର ଜଣେ ମହିଳା ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଘଟଣାସ୍ଥଳରେ ମୁତୟନ ଥିବା ଟ୍ରାଫିକ୍ ପୁଲିସଙ୍କ ଉପସ୍ଥିତ ବୁଦ୍ଧି ପାଇଁ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା।
LatestLYମହିଳାଙ୍କୁ ସେଠାରୁ ଉଦ୍ଧାର କରିବା ପରେ ଟ୍ରାଫିକ୍ ପୁଲିସ ଜଣକ ତାଙ୍କୁ ଥାନାକୁ ଆଣି ଆତ୍ମହତ୍ୟା କାହିଁକି କରିବାକୁ ଉଦ୍ୟମ କରୁଥିଲେ, ସେ ନେଇ ପଚରାଉଚରା ଜାରି ରଖିଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ମହିଳା କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ପ୍ରାଥମିକ ତଦନ୍ତରୁ ମହିଳା ପରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୁଲିସ ସନ୍ଦେହ କରୁଛି।
ମହିଳାଙ୍କ ଜୀବନ ବଞ୍ଚାଇବା ପରେ ନଭି ମୁମ୍ବାଇ ପୁଲିସ ତରଫରୁ ଏକ ଟୁଇଟ କରାଯାଇଥିଲା। ଯେଉଁଥିରେ ଲେଖାଯାଇଛି, ଜଣେ ମହିଳା ଆଜି ସନ୍ଧ୍ୟାରେ ଭାସି ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ମହିଳାଙ୍କ ଜୀବନ ରକ୍ଷା ପାଇ ଯାଇଛି। ପୁଲିସ ଇନ୍ସପେକ୍ଟର ବାଗେଡେ, ପି.ଓ.ଏନ୍ କପର, ପି.ଇ ବସାରେ ଓ ଭାସି ଟ୍ରାଫିକ୍ ପୁଲିସ ବିଭାଗରେ କାମ କରୁଥିବା ଦାଣ୍ଡେକା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ମହିଳାଙ୍କ ଜୀବନ ବଞ୍ଚାଇବାରେ ସାମିଲ ଥିଲେ।
ପୁଲିସ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି ମହିଳା ପୋଲରେ ଲାଗିଥିବା ରେଲିଂ ଡେଇଁ ଆରପାଖକୁ ଚାଲି ଯାଇଛନ୍ତି। ଏବଂ ଜୀବନ ହାରିବାକୁ ଉଦ୍ୟମ କରୁଛନ୍ତି।
Follow Us