Advertisment

କଲେଜ ଫି’ ଭରିବା ପାଇଁ ଚୋରି କରିବାକୁ ବାଧ୍ୟ ହୋଇଥିଲି

Advertisment

କଲେଜ ଫି’ ଭରିବା ପାଇଁ ହେଲମେଟ ପିନ୍ଧି ଦୋକାନରେ ପଶି ୪୧ଟି ନୂଆ ଫୋନ ଚୋରି କରି ନେଇଥିଲେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଛାତ୍ର। ସିସିଟିଭି ଫୁଟେଜକୁ ଆଧାର କରି ଚୋର ଧରିଲା ପୁଲିସ।

Updated On

କଲେଜ ଫି’ ଭରିବା ପାଇଁ ହେଲମେଟ ପିନ୍ଧି ଦୋକାନରେ ପଶି ୪୧ଟି ନୂଆ ଫୋନ ଚୋରି କରି ନେଇଥିଲେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଛାତ୍ର। ସିସିଟିଭି ଫୁଟେଜକୁ ଆଧାର କରି ଚୋର ଧରିଲା ପୁଲିସ।

ଅଦ୍ୟତନ ହୋଇଛି
8d5101da-3d9a-48ef-9d8d-116112876486

ନୂଆଦିଲ୍ଲୀ: ନବି ମୁମ୍ବାଇ ପୁଲିସ ଅପରାଧ ଶାଖା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ଏହି ଛାତ୍ର ଜଣକ ମୋବାଇଲ ଫୋନ ଦୋକାନରୁ ଏକାଧିକ ନୂଆ ମୋବାଇଲ ଚୋରି କରିଥିବା ଅଭିଯୋଗ ହେବାପରେ ପୁଲିସ ତାଙ୍କୁ ଗିରଫ କରିଛି।

ଚୋରି ହୋଇଥିବା ମୋବାଇଲ ଦୋକାନ ମାଲିକ ପୁଲିସରେ ଅଭିଯୋଗ କରି କହିଥିଲେ,‘ମୋ ଦୋକାନରୁ ଗତ ରାତିରେ ୪୧ଟି ନୂଆ ଫୋନ ଚୋରି ହୋଇଛି।’

ଏହି ଅଭିଯୋଗକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଚୋରି ହୋଇଥିବା ଦୋକାନ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ପୁଲିସ। ଏହି ଫୁଟେଜକୁ ଆଧାର କରି ପୁଲିସ ଚୋରକୁ ଧରିବାରେ ସଫଳ ହୋଇଥିଲା।

ଗିରଫ ହୋଇଥିବା ଚୋର ଜଣକ ଇଞ୍ଜିନିୟରିଂ ପାଠପଢ଼ୁଥିବା ବେଳେ ସେ ଶେଷବର୍ଷର ଛାତ୍ର ଥିବା ଜଣାପଡ଼ିଛି। 

ଗିରଫ ପରେ ଛାତ୍ର ଜଣକ ଚୋରି କରିବାର କାରଣ ଜଣାଇ କହିଥିଲେ, ‘କଲେଜ ଫି’ ଭରିବାକୁ ମୋ ପାଖରେ ଅର୍ଥ ବାଧକ ସାଜିଥିଲା। ତେଣୁ ନିକଟସ୍ଥ ଏକ ମୋବାଇଲ ଦୋକାନର ରାକି କରିବା ପରେ ମୁଁ ରାତିରେ ଉକ୍ତ ଦୋକାନ ଭିତରେ ପଶି ୪୧ଟି ନୂଆ ଫୋନ ଚୋରି କରିଥିଲି। ପରିଚୟ ଲୁଚାଇବା ପାଇଁ ହେଲମେଟ ପିନ୍ଧିଥିଲି। ଚୋରି ଫୋନ ରଖିବା ପାଇଁ ପିଠିରେ ଏକ ବ୍ୟ‌ାଗ ପକାଇଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe