ସାପ୍ତାହିକ ହାଟରୁ ନକ୍ସଲ ଗିରଫ

Advertisment
ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

India Today

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ସାପ୍ତାହିକ ହାଟରୁ ଜଣେ ମାଓବାଦୀକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜି ଜିଲ୍ଲା ପୁଲିସ ଏବଂ ୨୨୬ ସିଆରପିଏଫ ବାଟାଲିୟନର ଯବାନ କୁକନାର ଅଂଚଳର ପେଦାରାସ ସାପ୍ତାହିକ ହାଟକୁ ଯାଇଥିଲେ। ସନ୍ଦିଗ୍ଧ ଗତିବିଧି ଉପରେ ସେମାନଙ୍କ ନଜର ରହିଥିବାବେଳେ ଜଣେ ବ୍ୟକ୍ତି ହଠାତ୍ ଦୌଡ଼ିବା ଆରମ୍ଭ କରିଥିଲା। ତେଣୁ ସନ୍ଦେହ ହେବାରୁ ପୁଲିସ ଏବଂ ସିଆରପିଏଫ ଯବାନ ପିଛା କରି ତାକୁ କାବୁ କରିଥିଲେ। ପଚରାଉଚୁରା ସମୟରେ ସେ କାବାସି ବୁଧୁରା (୨୨) ବୋଲି ଜଣାପଡ଼ିଥିଲା। କାବାସି ଲୋକଙ୍କୁ ମାରପିଟ କରିବା, ପୁଲିସ ଉପରେ ଆକ୍ରମଣ କରିବା, ବୋମା ଖଞ୍ଜିବା, ପ୍ରଜାକୋର୍ଟରେ ନିର୍ଦୋଷଙ୍କୁ ଦଣ୍ଡ ଦେବା, ଗୁଳି କରି ହତ୍ୟା କରିବା ଭଳି ହିଂସାରେ ଜଡିତ। ପଚରାଉଚରା ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe