ଗତ ଛଅମାସ ମଧ୍ୟରେ ୬୦୦ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ

Advertisment
ଗତ ଛଅମାସ ମଧ୍ୟରେ ୬୦୦ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ

ଢ଼ାକା: ବଙ୍ଗଳାଦେଶରେ ଗତ ଛଅମାସ ମଧ୍ୟରେ ପାଖାପାଖି ୫୯୨ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ବୋଲି ବଙ୍ଗଳାଦେଶ ମହିଳା ପରିଷଦ (ବିଏମ୍‌ପି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ସୋମବାର ମହିଳା ଅଧିକାରୀ ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି, ସାମ୍ନାକୁ ଆସିଥିବା ୫୯୨ଟି ଦୁଷ୍କର୍ମ ଘଟଣା ମଧ୍ୟରେ ୯୮ଜଣ ମହିଳା ଓ ଶିଶୁ ଗଣଦୁଷ୍କର୍ମ ଶିକାର ହୋଇଥିଲେ। ତେବେ ୨୯ଟି ଏପରି ଦୁଷ୍କର୍ମ ମାମଲା ରହିଛି, ଯେଉଁଥିରେ ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ସହିତ ପୀଡିତାଙ୍କୁ ହତ୍ୟା କରି ଦେଇଥିଲା। ସେହିପରି ଗତ ଛଅମାସ ମଧ୍ୟରେ ମହିଳାଙ୍କ ସହିତ ଘଟିଥିବା ୬୧ଟି ଅନ୍ୟାନ୍ୟା ମାମଲା ରହିଛି ଯେଉଁଥିରେ ମହିଳା ଓ ଶିଶୁଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା।

ଅନ୍ୟପକ୍ଷରେ ମହିଳା ଓ ଶିଶୁଙ୍କୁ ନେଇ ୨,୦୬୩ଟି ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ଦୁଷ୍କର୍ମ ସମେତ ଯୌତୁକ ଦାବି, ଯୌନ ଓ ଶାରୀରିକ ନିର୍ଯାତନା ଆଦି ସାମିଲି ରହିଛି। ସେହିପରି ଗତ ଛଅମାସ ମଧ୍ୟରେ ୧୦ଜଣ ମହିଳା ଓ ଶିଶୁ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ୪୫ଜଣ ମହିଳାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ପୋଡି ଦିଆଯାଇଥିବା ବି ଅଭିଯୋଗ ହୋଇଥିଲା। ତେବେ ଏହି ରିପୋର୍ଟରୁ ଏହା ବି ଜଣାପଡ଼ିଛି କି, ୭୭ଜଣ ମହିଳା ଓ ଶିଶୁଙ୍କୁ ଅପହରଣ କରି ନିଆ ଯାଇଥିବା ବେଳେ ୧୩ଟି ମାନବ ଚାଲାଣ ମାମଲା ସାମ୍ନାକୁ ଆସିଥିଲା।

କେବଳ ଏତିକି ନୁହେଁ, ୧୧୩ଜଣ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇଥିବା ବେଳେ ୫୧ଜଣଙ୍କୁ ଏଥିପାଇଁ ଜାଳି ଦିଆଯାଇଥିଲା। ଏଥିସହିତ ୮୪ଜଣ ଶିଶୁଙ୍କୁ ବାଲ୍ୟ ବିବାହ କରାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe