ଗଛଟିଏ ଉପାଡ଼ି ଦେବାରୁ କିରାସିନି ଢାଳି ୧୨ ବର୍ଷୀୟ ବାଳିକାକୁ ପୋଡ଼ି ପକାଇଲେ ପଡ଼ୋଶୀ

Advertisment
କରୋନାରେ ଆକ୍ରାନ୍ତ ବୃଦ୍ଧା କିରୋସିନ ଢାଳି ହୋଇ ଆତ୍ମହତ୍ୟା

Image Courtesy of India Today

ବେଗୁସରାଇ: ଗଛଟିଏ ଓପାଡ଼ି ଦେଇଥିବାରୁ ଶୁକ୍ରବାର ଦିନ ବିହାରର ବେଗୁସରାଇ ଜିଲ୍ଲାରେ ଜଣେ ୧୨ ବର୍ଷୀୟ ବାଳିକାକୁ ତାଙ୍କ ପଡ଼ିଶାଘର ଦମ୍ପତି ପୋଡ଼ି ପକାଇଥିବା ଅଭିଯୋଗ ହୋଇଛି।

ନିଙ୍ଗା ପଞ୍ଚାୟତ ଅଧୀନ ଶିବରଣା ଗାଁରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ପଡ଼ୋଶୀ ସିକନ୍ଦର ଯାଦବଙ୍କ ଘର ପାଖରେ ଖେଳୁଥିବା ବେଳେ ବାଳିକାଟି ଗୋଟାଏ ଛୋଟ ଗଛ ଉପାଡ଼ି ପକାଇଥିଲା। ଏ କଥା ଦେଖି ସିକନ୍ଦର, ତାଙ୍କ ପତ୍ନୀ ଓ ସେମାନଙ୍କ ଝିଅ ସେ ବାଳିକାକୁ ଗାଳିଗୁଲଜ କରିବା ସହ ମାଡ଼ ଦେଇଥିଲେ। ତା’ପରେ ସେମାନେ ଝିଅଟି ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ଚିକିତ୍ସା ନିମନ୍ତେ ଦଗ୍ଧ ବାଳିକାଟିକୁ ଏକ ଚିକିତ୍ସାଳୟର ‘କ୍ରିଟିକାଲ୍‌ ବର୍ଣ୍ଣ ଇଞ୍ଜୁରି’ରେ ଭର୍ତ୍ତି କରିଛନ୍ତି।

ଅଭିଯୁକ୍ତ ସିକନ୍ଦର ଯାଦବଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ବେଗୁସରାଇ ଡିଏସ୍‌ପି ନିଶିତପ୍ରିୟ କହିଛନ୍ତି, ପଡ଼ୋଶୀ ସିକନ୍ଦର ଏହି ଅପରାଧର ଅଭିଯୁକ୍ତ ଏବଂ ତାଙ୍କର ଗିରଫଦାରି ପାଇଁ ପ୍ରକ୍ରିୟା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe