ଭଣଜା ଦ୍ବାରା ଦୁଷ୍କର୍ମର ଶିକାର ହେଲେ ସହିଦଙ୍କ ସ୍ତ୍ରୀ

Advertisment

ସ୍ବାମୀ ସହିଦ ହେବା ପରେ ଭଣଜା ଦ୍ବାରା ଦୁଷ୍କର୍ମର ଶିକାର ହେଲେ ମହିଳା। ଦୁ‌ଷ୍କର୍ମ ସମୟ ଭିଡିଓ କରି ବ୍ଲାକମେଲ କରି ମାଇଁଙ୍କ ଠାରୁ ୩୯ଲକ୍ଷ ଟଙ୍କା ହଡ଼ପ କରି ନେଇଛି ଭଣଜା।

Updated On

ସ୍ବାମୀ ସହିଦ ହେବା ପରେ ଭଣଜା ଦ୍ବାରା ଦୁଷ୍କର୍ମର ଶିକାର ହେଲେ ମହିଳା। ଦୁ‌ଷ୍କର୍ମ ସମୟ ଭିଡିଓ କରି ବ୍ଲାକମେଲ କରି ମାଇଁଙ୍କ ଠାରୁ ୩୯ଲକ୍ଷ ଟଙ୍କା ହଡ଼ପ କରି ନେଇଛି ଭଣଜା।

ଅଦ୍ୟତନ ହୋଇଛି
ମନଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଜଣେ ସହିଦ ଯବାନଙ୍କ ସ୍ତ୍ରୀ ନିଜ ଭଣଜା ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡ କରି ଦୁଷ୍କର୍ମକାରୀ ଭଣଜା ବ୍ଲାକମେଲ କରି ବିପୁଳ ପରିମାଣର ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଲକ୍ଷ୍ମୌର ଜାନକିପୁରମରେ ରହୁଥିବା ପୀଡ଼ିତା ମହିଳାଙ୍କ ସ୍ବାମୀ ୨୦୧୭ ସିୟାଚିନରେ ସହିଦ ହୋଇଯାଇଥିଲେ। ଏହାପରେ ସହିଦଙ୍କ ଭଣଜା ମାଇଁଙ୍କ ଦେଖାଶୁଣା କରିବା ବାହାନାରେ ପ୍ରାୟତଃ ଘରକୁ ଯିବା ଆସିବା କରୁଥିଲା। ନିକଟରେ ସେ ସହିଦଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ଦୁଷ୍କର୍ମ ସମୟର ଭିଡିଓ ପ୍ରସ୍ତୁତ କରିଥିଲା।

ଏହାକୁ ଆଧାର କରି ଦୁଷ୍କର୍ମକାରୀ ଭଣଜା ମାଇଁଙ୍କ ଠାରୁ ମୋଟାଅଙ୍କର ରାଶି ଆଦାୟ କରିଥିଲା। ଖବର ଲେଖାହେଲା ପର୍ଯ୍ୟନ୍ତ ଦୁଷ୍କର୍ମକାରୀ ମହିଳାଙ୍କ ଠାରୁ ପାଖାପାଖି ୩୯ଲକ୍ଷ ଟଙ୍କା ନେଇ ସାରିଥିବା ପୀଡ଼ିତା ଅଭିଯୋଗ କରି କହିଛନ୍ତି।
ଭଣଜା ଦ୍ବାରା ଏଭଳି ଅତ୍ୟାଚାରକୁ ଆଉ ସହ୍ୟ କରି ନପାରି ପୀଡ଼ିତା ଶେଷରେ ଲକ୍ଷ୍ମୌର ଜାନକିପୁରମ ଥାନାରେ ମାମଲା ରୁଜୁ କରିଛନ୍ତି।

ଡିସିପି ନର୍ଥ ଜୋନ ଆରଏନ ସିଂହ କହିଛନ୍ତି, ‘ପୀଡ଼ିତାଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ଦିଆଯାଇଛି।’

ପ୍ରକାଶିତ ରିପୋର୍ଟ ମୁତାବକ, ସ୍ବାମୀଙ୍କ ମୃତ୍ୟୁ ପରେ ସହିଦ ମହିଳାଙ୍କ ସ୍ତ୍ରୀଙ୍କୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା। ସହିଦ ସ୍ତ୍ରୀଙ୍କ ଭଣଜା ଏହି ଟଙ୍କାରୁ ୩୯ଲକ୍ଷ ଟଙ୍କା ସମେତ ମହିଳାଙ୍କ ଠାରୁ ୩ଲକ୍ଷ ଟଙ୍କାର ଅଳଙ୍କାର ହଡ଼ପ କରି ନେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe