ବୁରାଡି ଗଣମୃତ୍ୟୁ ମାମଲାର ଅନ୍ୟ ଏକ ତଥ୍ୟ ହାସଲ: ଘର ମଧ୍ୟରେ ୧୧ ନୁହେଁ; ୧୨ ଜଣ ସଦସ୍ୟ ଥିଲେ

Advertisment
ବୁରାଡି ଗଣମୃତ୍ୟୁ ମାମଲାର ଅନ୍ୟ ଏକ ତଥ୍ୟ ହାସଲ: ଘର ମଧ୍ୟରେ ୧୧ ନୁହେଁ; ୧୨ ଜଣ ସଦସ୍ୟ ଥିଲେ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନୂଆ ନୂଆ ହସ୍ତଲେଖା ହାସଲ କରିଚାଲିବା ପରେ ବି ବୁରାଡି ଗଣମୃତ୍ୟୁ ମାମଲାର ପ୍ରକୃତ ରହସ୍ୟର ଏଯାବତ୍‌ ପୁଲିସ୍‌ କୌଣସି ଟେର୍‌ ପାଉନାହିଁ, ବରଂ ଏହା ପୁଲିସ୍‌କୁ ଅଧିକ ଦ୍ୱନ୍ଦ୍ୱରେ ପକାଉଛି। ଏବେ ପୁଲିସ୍‌ ତଦନ୍ତ କରି ଆଉ ଏକ ନୂଆ ଅନୁମାନ ଲଗାଇଛି। ପୁଲିସ୍‌ ଦେଇଥିବା ସୂଚନା ମୁତାବକ ମୃତ୍ୟୁ ସମୟରେ ଉକ୍ତ ତିନି ମହଲା ବିଶିଷ୍ଟ ଘର ମଧ୍ୟରେ ୧୧ ଜଣ ନୁହେଁ ବରଂ ୧୨ ଜଣ ସଦସ୍ୟ ରହିଥିଲେ। କାହିଁକି ନା, ସେମାନଙ୍କ ଘରର ସାମ୍ନା ଗେଟ୍‌ କବାଟ ଖୋଲା ରହିଥିଲା। ପୁଲିସ୍‌ ସନ୍ଦେହ କରୁଛି ଯେ ହୁଏତ ସେମାନେ ବିଶ୍ୱାସ ରଖି କବାଟ ଖୋଲା ରଖିଥିଲେ ଯେ କେହି ଜଣେ ଶକ୍ତିଶାଳୀ ଆସି ତାଙ୍କୁ ଉଦ୍ଧାର କରିବ କିମ୍ବା ସେ ସମୟରେ ଘର ମଧ୍ୟରେ ଅନ୍ୟ କେହି ଉପସ୍ଥିତ ଥିଲେ।

publive-image

ପୁଲିସ୍‌କୁ ସୂଚନା ମିଳିଛି ଯେ ଯଦି ବାସ୍ତବରେ ସେମାନେ କୌଣସି ଧାର୍ମିକ ଭାବନରେ ଆସି ମୋକ୍ଷ ପ୍ରାପ୍ତି ପାଇଁ ଆତ୍ମହତ୍ୟା କରିଛନ୍ତି ତେବେ ଏହି ଯୋଜନା ଏବେ କେବେର ନୁହେଁ, ବରଂ ୨୦୦୭ ମସିହାରୁ ସେମାନେ ଏପରି ଏକ ଯୋଜନା କରି ଆସୁଛନ୍ତି ବୋଲି ହସ୍ତଗତ ହୋଇଥିବା ଏକ ହାତଲେଖାରୁ ଜାଣିବାକୁ ମିଳିଛି। ହାତଲେଖାଟି ଘରର ମୁଖିଆ ଅର୍ଥାତ ଲଲିତ ବାପାଙ୍କ ମୃତ୍ୟୁ ସମୟର। ଲଲିତଙ୍କ ବାପାଙ୍କ ମୃତ୍ୟୁ ପରେ ପୂରା ପରିବାର ଏକଦମ ଭାଙ୍ଗି ପଡ଼ିଥିଲେ ବୋଲି ତଦନ୍ତରୁ ଜାଣିବାକୁ ମିଳିଛି। ଏ ସଂପର୍କରେ ମସ୍ତିଷ୍କ ଗବେଷକ ଦେଇଥିବା ମତ ଅନୁସାରେ ସେମାନେ ସମସ୍ତେ ‘ସାରେଡ୍‌ ସାଇକାଟ୍ରିକ୍‌ ଡିଜ୍‌ଅର୍ଡର’ ରୋଗର ଆକ୍ରାନ୍ତ ଥିଲେ। ଏହି ରୋଗର ଲକ୍ଷଣ ହେଉଛି ଏକ ଦଳ ମଧ୍ୟରେ ଯିଏ ନେତା ସେହି ଜଣକୁ ଅନ୍ୟ ସମେସ୍ତ ଆଖି ବୁଜି ବିଶ୍ୱାସ କରିବା। ଏପଟେ ତଦନ୍ତରୁ ଅନୁମାନ ଲଗାଯାଉଛି ଯେ ଲଲିତଙ୍କ ସୂଚନା ଅନୁସାରେ ପରିବାର ଲୋକ ଏପରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe