ନର୍ସ ହାତରୁ ଖସିପଡ଼ି ନବଜାତକ ମୃତ, ମଲା ପିଲା ଜନ୍ମନେଇଛି ବୋଲି ମାଆକୁ କୁହାଗଲା

Advertisment
ନର୍ସ ହାତରୁ ଖସିପଡ଼ି ନବଜାତକ ମୃତ, ମଲା ପିଲା ଜନ୍ମନେଇଛି ବୋଲି ମାଆକୁ କୁହାଗଲା

ଲକ୍ଷ୍ନୌ: ଲକ୍ଷ୍ନୌର ଚିନ୍‌ହାଟ୍‌ସ୍ଥିତ ମଲ୍‌‌ହୌର୍‌ ଅଞ୍ଚଳରେ ଥିବା ଏକ ବେସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ନର୍ସଙ୍କ ହାତରୁ ଖସି ପଡ଼ିବାରୁ ଏକ ନବଜାତକ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରସବ ପରେ ନର୍ସ ଜଣକ ତଉଲିଆ ନଢ଼ାଙ୍କି ପିଲା ଧରିଥିବା ବେଳେ ନବଜାତକଟି ତାଙ୍କ ହାତରୁ ଖସି ଚଟାଣରେ ପଡ଼ି ଯାଇଥିଲା ଓ ତା’ର ମୃତ୍ୟୁ ଘଟିଥିଲା।

ହସ୍ପିଟାଲ୍‌ ପକ୍ଷରୁ ଏହି ମାମଲାଟିକୁ ଚାପି ଦେବା ପାଇଁ ପେଟରୁ ହିଁ ମଲା ଛୁଆ ଜନ୍ମ ହୋଇଛି ବୋଲି ପରିବାର ଲୋକଙ୍କୁ କୁହାଯାଇଥିଲା। ମାତ୍ର ପରିବାର ଲୋକେ ଏହି କଥାକୁ ମାନିନଥିଲେ। ପରିବାର‌ ଲୋକେ ସଂପୃକ୍ତ ନର୍ସ ଓ ହସ୍ପିଟାଲ୍‌ ବିରୋଧରେ ଦାୟିତ୍ବହୀନତାର ଅଭିଯୋଗ ଆଣିଥିଲେ। ମୃତ ନବଜାତକଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ପିଲାଟିର ମୁଣ୍ଡରେ ଆଘାତ ବାଜିବାରୁ ତା’ର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

publive-image www.india.com

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ହସ୍ପିଟାଲ୍‌ କର୍ମଚାରୀ ଓ ଉକ୍ତ ନର୍ସଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାଟି ୧୯ ତାରିଖରେ ଘଟିଥିଲେ ବି ଗଣମାଧ୍ୟ‌ମରେ ୨୦ ତାରିଖରେ ଏ ନେଇ ଖବର ପ୍ରକାଶ ପାଇଛି। ଘଟଣାଟି ସର୍ବସାଧାରଣ ହେବା ପରେ ହସ୍ପିଟାଲ୍‌ କର୍ମଚାରୀ ଓ ନର୍ସଙ୍କ ନାମ‌ରେ ୨୬ ତାରିଖରେ ମାମଲା ରୁଜୁ ହୋଇଛି। ନବଜାତକର ବାପା ଏହି ଘଟଣାକୁ ନେଇ ଅଭିଯୋଗ ଆଣିବା ପରେ ଏହାର ଖୋଳତାଢ଼ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe