ସ୍ବାମୀ ସହ ଚୁଡ଼ି କିଣିବାକୁ ଯାଇ ପ୍ରେମିକ ସହ ଫେରାର୍‌ , ପଛରେ ଗୋଡ଼ାଇ ଗୋଡ଼ାଇ ଗଲେ ବିଚରା ନବବିବାହିତ ପତି

ସ୍ବାମୀ ସହ ଚୁଡ଼ି କିଣିବାକୁ ଯାଇ ପ୍ରେମିକ ସହ ଫେରାର୍‌ , ପଛରେ ଗୋଡ଼ାଇ ଗୋଡ଼ାଇ ଗଲେ ବିଚରା ନବବିବାହିତ ପତି

ପାଟ୍‌ନା: ବିହାରର ମୁଙ୍ଗେରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ନବବିବାହିତା ମହିଳା ତାଙ୍କ ସ୍ବାମୀଙ୍କ ସହ ଚୁଡ଼ି କିଣିବାକୁୁ ବଜାରକୁ ଯାଇ ପ୍ରେମିକଙ୍କ ହାତ ଧରି ପଳାଇ ଯାଇଛନ୍ତି। ନବବିବାହିତା ଜଣକ ନିଜ ବିବାହର ମାତ୍ର କିଛି ଦିନ ମଧ୍ୟରେ ଏପରି କାଣ୍ଡ କରିବା ଫଳରେ ନେଇ ଶଶୁରଘର ଲୋକ ଖୁବ୍ ଭାଙ୍ଗି ପଡ଼ିଛନ୍ତି। ‘ଯଦି ତା’ର ପ୍ରେମିକ ସହ ରହିବାର ଥିଲା ତ ମୋ ପୁଅ ଜୀବନକୁ କାହିଁକି ନଷ୍ଟ କରୁଥିଲା’ ବୋଲି ମହିଳାଙ୍କ ଶାଶୂ ଗଣମାଧ୍ୟମରେ କାନ୍ଦି କାନ୍ଦି ବୟାନ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୋନ୍ଦାର କ‌ଲୋନୀର ନରେନ୍ଦ୍ର(ଛଦ୍ମନାମ)ଙ୍କ ବିବାହ ନୌବାଗଢ଼ିର ସ୍ବପ୍ନା(ଛଦ୍ମନାମ)ଙ୍କ ସହ ହୋଇଥିଲା। ସେମାନଙ୍କ ବିବାହ ଜୁନ୍‌ ୧୪ ତାରିଖରେ ହୋଇଥିଲା। ବିବାହର ୪ ଦିନ ପର୍ଯ୍ୟନ୍ତ ନବବିବାହିତା ସ୍ବପ୍ନା ଶଶୁରଘରେ ରହିଲେ। ଏହାପରେ ଜୁନ୍‌ ୧୮ ତାରିଖରେ ସେ ତାଙ୍କ ବାପଘରକୁ ଯାଇଥିଲେ। ଜୁନ୍‌ ୨୧ ତାରିଖରେ ସେ ପୁଣି ଶଶୁରଘରକୁ ଫେରିଥିଲେ ଓ ୨୨ ଜୁନ୍‌ରେ ଏପରି ଅଭାବନୀୟ ଘଟଣା ଘଟିଛି।

ନିଜ ବାପଘରୁ ଫେରି ଶଶୁର ଘରେ ମାତ୍ର ଗୋଟାଏ ଦିନ ରହିବା ପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କହିଥିଲେ କି ତାଙ୍କୁ ବଜାରରୁ ଚୁଡ଼ି ଓ କିଛି ଆବଶ୍ୟକୀୟ ସାମଗ୍ରୀ ଆଣିବାର ଅଛି। ନରେନ୍ଦ୍ର ତାଙ୍କ ନବବିବାହିତା ସ୍ତ୍ରୀଙ୍କୁ ନେଇ ବଜାରକୁ ଯାଇଥିଲେ। ସେଠାରେ ସ୍ବପ୍ନା ଚୁଡ଼ି ଦୋକାନରେ ନରେନ୍ଦ୍ରଙ୍କୁ କହିଲେ କି ମୋ ପାଇଁ ତମେ ଚୁଡ଼ି ବାଛିଦିଅ। ନରେନ୍ଦ୍ର ଚୁଡ଼ି ବାଛିବା ସମୟରେ ସ୍ବପ୍ନା ତାଙ୍କ ପ୍ରେମିକଙ୍କ ହାତ ଧରି ଛୁ ହୋଇ ଯାଇଥିଲେ। ନରେନ୍ଦ୍ର ତାଙ୍କ ପଛରେ ଗଲା ବେଳକୁ ସେ ଗାଡ଼ିରେ ବସି ସାରିଥିଲେ। ପୁଲିସ୍‌ ପରେ ସେମାନଙ୍କୁ ଖୋଜି ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଧରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe