WeddingWire.in
ଇନ୍ଦୋର: ମାତ୍ର ୧୫ ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏକ ଦମ୍ପତିଙ୍କ ସହ ଯେପରି ଅଘଟଣ ଘଟିଛି ତାହା ହୁଏତ ଆଉ କାହା ସହ ନଘଟୁ। ସ୍ବାମୀଙ୍କ ମୃତ୍ୟୁ ଘଟିବାର ମାତ୍ର ୨ ଦିନ ପରେ ପତ୍ନୀ ବି ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି। ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ମଧ୍ୟପ୍ରଦେଶର ଇନ୍ଦୋରର ଏକ ମଲର ତୃତୀୟ ମହଲାରୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ମହିଳା ଜଣଙ୍କର ଜୀବନ ଯିବା ପରିବର୍ତ୍ତେ ସେ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି।
BP Guide India
ଆହତ ମହିଳାଙ୍କ ନାମ ସାନିଆ ଖଣ୍ଡେଲୱାଲ ବୋଲି ଜଣାପଡିଛି। ସାନିଆଙ୍କ ମୁଣ୍ଡରେ ଆଘାତ ଏବଂ ଏକାଧିକ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କ ନିକଟରୁ ଏକ ନୋଟ୍ ମିଳିଛି। ଯେଉଁ ନୋଟ୍ରେ ଲେଖା ଯାଇଥିବାର ଦେଖିବାକୁ ମିଳିଛି କି ସେ ତାଙ୍କର ଅନ୍ତିମ ସଂସ୍କାର ନିଜ ସ୍ବାମୀଙ୍କ ସହ ହେଉ ବୋଲି ଚାହାନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମହିଳାଙ୍କ ସ୍ବାମୀ ହେଉଛନ୍ତି ଶୁଭମ ଖଣ୍ଡେଲୱାଲ।
ଖଣ୍ଡେଲୱାଲ ଉଜ୍ଜୟିନୀରେ କଣ୍ଟ୍ରାକ୍ଟର କାମ କରୁଥିଲେ। ବୁଧବାର ରାତିରେ ଖଣ୍ଡେୱାଲ୍ଙ୍କ ମୃତଦେହ ତାଙ୍କ କାରରୁ ଉଦ୍ଧାର କରାଯାଇଥିଲା, ଯାହା ଏକ ଗଛରେ ପିଟି ହୋଇଥିବାର ଦେଖିବାକୁ ମିଳିଥିଲା। ଜାଣିବାକୁ ମିଳିଛି ଯେ ସେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପକେଟ୍ରେ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଯେଉଁ ନୋଟ୍ରେ ସେ ତାଙ୍କ ମୃତ୍ୟୁ ପାଇଁ ମ୍ୟୁନିସିପାଲିଟି ନିଗମର ଦୁଇଜଣ ଅଧିକାରୀଙ୍କୁ ଦାୟୀ କରିଛନ୍ତି।
Follow Us