ନୂଆବୋହୂର ଚାଲି ଦେଖି ଘରୁ ତଡ଼ି ଦେଲେ ଶ୍ବଶୁର

ନୂଆବୋହୂର ଚାଲି ଦେଖି ଘରୁ ତଡ଼ି ଦେଲେ ଶ୍ବଶୁର

ନୂଆଦିଲ୍ଲୀ: ଆଗ୍ରାରେ ବିବାହ ପରେ ପୁଅ ନବବଧୂଙ୍କୁ ଧରି ଘରେ ପହଞ୍ଚିଥିଲା। ଘରେ ନୂଆବୋହୂର ଚାଲି ଦେଖି ଶ୍ବଶୁର ରାଗି ଯାଇଥିଲେ। ତାଙ୍କ ସହିତ ଧୋକା ହୋଇଥିବ‌ା କହି ସେ ନବବଧୂଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।

ପରିବାର ପରାମର୍ଶ କେନ୍ଦ୍ରର କାଉନସଲର ଡାକ୍ତର ଅନୁରାଗ ପାଲିବାଲ ଏହି ଘଟଣାକୁ ନେଇ କହିଛନ୍ତି, ‘ବର କୌଣସି କାମ କରେ ନାହିଁ। ବର ଓ କନ୍ୟା ଉଭୟଙ୍କ ବାପା ସେନାରୁ ଅବସରପ୍ରାପ୍ତ। କନ୍ୟାର ବାପା ଝିଅ ବାହାଘରକୁ ଧୁମଧାମରେ କରିବା ପାଇଁ ଟଙ୍କାକୁ ପାଣିଭଳି ଖର୍ଚ୍ଚ କରି ଦେଇଥିଲେ। ନବବଧୂର ଚାଲିବାରେ କୌଣସି ଅସୁବିଧା ନାହିଁ। ତାଥାପି ତାଙ୍କ ଶ୍ବଶୁର ନବବଧୂଙ୍କୁ ଦିବ୍ୟାଙ୍ଗ କହି ଘରୁ ବ‌ାହାର କରି ବାପ ଘରକୁ ପଠାଇ ଦେଇଛନ୍ତି। ଏମିତି କି ଶାଶୁଘର ଲୋକ ନବବଧୂଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ରଖିବାକୁ ଚାହୁଁନାହାନ୍ତି। ସେମାନଙ୍କ କହିବାନୁସାରେ,  ବଧୂର ଚାଲିବାରେ ଅସୁବିଧା ଅଛି କହି ତାଙ୍କ ଘର ଲୋକ ଜଣାଇ ନଥିଲେ। ଏହି ଅସୁବିଧାକୁ ଲୁଚାଇ ସେମାନେ ବିବାହ କରାଯାଇ ଦେଇଛନ୍ତି।

ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଉଭୟ ପକ୍ଷଙ୍କୁ ଡକାଇ ପଚରାଉଚରା ଜାରି ରଖିଛି।  ବର ଓ କନ୍ୟା ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ କିଛି ପଦକ୍ଷେପ ନେଇ ପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe