୧୦ ଟଙ୍କା ଦେଇ ଭାଇ ସମ୍ମୁଖରେ ୭ ବର୍ଷୀୟ ଭଉଣୀ ସହ ଦୁଷ୍କର୍ମ କଲା ନୋଏଡ଼ା କନେଷ୍ଟବଳ

୧୦ ଟଙ୍କା ଦେଇ ଭାଇ ସମ୍ମୁଖରେ ୭ ବର୍ଷୀୟ ଭଉଣୀ ସହ ଦୁଷ୍କର୍ମ କଲା ନୋଏଡ଼ା କନେଷ୍ଟବଳ

Image Courtesy of TOI

ଗ୍ରେଟର୍‌ ନୋଏଡ଼ା: ଗୌତମ ବୁଦ୍ଧ ନଗର ସେଲ୍‌ସ୍‌ ଟ୍ୟାକ୍ସ୍‍ ଡିପାର୍ଟମେଣ୍ଟ୍‌କୁ ଡେପୁଟେସନ୍‌ରେ ଯାଇଥିବା ଜଣେ ୪୫ ବର୍ଷିୟ କନେଷ୍ଟବଳ ବୁଧବାର ସନ୍ଧ୍ୟାରେ ଦଶ ଟଙ୍କାର ଲୋଭ ଦେଖାଇ ଜଣେ ୭ ବର୍ଷୀୟ ବାଳିକାକୁ ତା’ ସାନଭାଇ ସମ୍ମୁଖରେ ଦୁଷ୍କର୍ମ କରିଥିବା କଥା କୁହାଯାଉଛି।

ଅଭିଯୁକ୍ତ ସୁଭାଷ ସିଂହ ଅଧଘଣ୍ଟା କାଳ ବାଳିକାଟି ଉପରେ ଅତ୍ୟାଚାର କରିବା ପରେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛନ୍ତି। ଝିଅଟିର ଚିତ୍କାର ଶୁଣି ଲୋକେ ଧାଇଁ ଆସିବାରୁ ସେ ଖସି ପଳାଇ ଯାଇଥିଲେ। ଗୁରୁବାର ସକାଳେ ସେ ତାଙ୍କର ଗୋଟିକିଆ ବଖରା ଥିବା ଭଡ଼ା ଘରକୁ ଫେରିଥିଲେ।

ପୀଡ଼ିତାଙ୍କ ପରିବାର ଏବଂ ସ୍ଥାନୀୟ ଅଧିବାସୀମାନେ ତାଙ୍କୁ ଜୋତାଚପଲରେ ପିଟିବା ସହିତ ପୁଲିସରେ ଦେଇଥିଲେ। ତାଙ୍କୁ ଗିରଫ କରାଯାଇଥିବା କଥା ସୁରୁଜପୁର ଥାନାର ଏସ୍‌ଏଚ୍‌ଓ ଅଖିଳେଶ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe