ଅଧିକ ଟଙ୍କା ପାଇଁ ମୃତ ଝିଅକୁ ଗୋଟିଏ ଦିନ ଭେଣ୍ଟିଲେଟରରେ ରଖିଥିଲେ ଡାକ୍ତର

Advertisment
ଅଧିକ ଟଙ୍କା ପାଇଁ ମୃତ ଝିଅକୁ ଗୋଟିଏ ଦିନ ଭେଣ୍ଟିଲେଟରରେ ରଖିଥିଲେ ଡାକ୍ତର

ନୂଆଦିଲ୍ଲୀ: ନୋଏଡା ସେକ୍ଟର-୧୨୮ରେ ଜେପି ହସ୍‌ପିଟାଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବାପରେ ବି ଅଧିକ ବିଲ୍‌ ପାଇଁ ଡାକ୍ତର ଭେଣ୍ଟିଲେଟରରେ ରଖିବାର ଏକ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି କି, ଚିକିତ୍ସାଧୀନ ସମୟରେ ରବିବାର ଝିଅର ହସ୍‌ପିଟାଲରେ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ହସ୍‌ପିଟାଲ ପ୍ରଶାସନ ଯୁବତୀଙ୍କ ମୃତ୍ୟୁ ସୋମବାର ହୋଇଛି ବୋଲି କହିଥିଲେ। ଏହାପରେ ବି ମୃତ ଯୁବତୀଙ୍କୁ ଡାକ୍ତର ଭେଣ୍ଟିଲେଟରରେ ରଖିଥିଲେ କେବଳ ବିଲ୍‌ ବଢ଼ାଇବାକୁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକ ଏହି ଘଟଣାର ଯାଞ୍ଚ ପାଇଁ ଦାବି କରିଛନ୍ତି।

ତେବେ ଏହି ଅଭିଯୋଗକୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରି କହିଛନ୍ତି, ଜୋନ୍‌ପୁରର ତହସିଲ ଶାହଙ୍ଗଜର ସଫିପୁର ଗ୍ରାମରେ ବସବାସ କରୁଥିବା ନିହାରିକାଙ୍କ ହୃଦୟ ରୋଗ ଥିଲା। ଏହି ରୋଗ ହେତୁ ସେ ଗତ ମାସରେ ନୋଏଡା ସେକ୍ଟର-୧୨୮ରେ ଜେପି ହସ୍‌ପିଟାଲରେ ଭିର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କୁ ଭେଣ୍ଟିଲେଟରରେ ଆଦୌ ରଖାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe