ପ୍ରତିଶୋଧ ନେବାକୁ ଯାଇ ୮ ବର୍ଷିଅ ନାବାଳକକୁ ହତ୍ୟା, ଭଉଣୀକୁ ବିବାହ କରିବାକୁ ଚାହୁଁଥିଲେ ଅଭିଯୁକ୍ତ

ରାଜସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ: ଅସଦାଚରଣର ଜୀବନ୍ତ ଭିଡିଓ ଗଣମାଧ୍ୟମରେ ଛାଡ଼ିଲେ ଅଭିଯୁକ୍ତ

DNA India

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଜଣେ ୨୪ ବର୍ଷ ବୟସ୍କ ଯୁବକ ଜଣେ ଆଠ ବର୍ଷର ବାଳକକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୋଏଡା ପୋଲିସ ଗୁରୁବାର ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସ୍‌ ଦେଇଥିବା ରିପୋର୍ଟ ଅନୁଯାୟୀ, ପୀଡିତ ନାବାଳିକ ତାଙ୍କ ପରିବାର ସହିତ ନୋଏଡା ସେକ୍ଟର ୪୪ର ଖାଲେରା ଗ୍ରାମରେ ରହୁଥିଲେ। ବାବୁ ନାମକ ଅଭିଯୁକ୍ତ ମଧ୍ୟ ଉକ୍ତ ଅଞ୍ଚଳର ବାସିନ୍ଦା ଏବଂ ସେ ଜଣେ ମାଳି। ବାବୁ ପୀଡ଼ିତ ନାବାଳକର ୧୪ ବର୍ଷୀୟା ଭଉଣୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ମାତ୍ର ତାଙ୍କ ପରିବାର ଲୋକ ଏହି ପ୍ରସ୍ତାବକୁ ଅସ୍ବୀକାର କରିଥିଲେ। ଅଭିଯୁକ୍ତ ବାବୁ ରାଗରେ ଆସି ପ୍ରତିଶୋଧ ନେବାକୁ ଏହି ହତ୍ୟା କରିଥାଇପା‌ରେ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ସୂଚନା ମୁତାବକ, ପୀଡିତ ନାବାଳିକ ଅଚାନକ ଅଗଷ୍ଟ ୨୭ ତାରିଖ(ବୁଧବାର) କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା। ପରଦିନ ପୁଲିସ୍ ତାଙ୍କ ମୃତଦେହକୁ ମହାମାୟା ଫ୍ଲାଏ ଓଭର-ସେକ୍ଟର ୩୭ ମାର୍ଗରେ ଥିବା ଏକ ଖାଲରେ ପଡ଼ିଥିବାର ଦେଖିଥିଲା।

publive-image
DNA India

ମୃତ ପୁଅର ମାଆ ପୁଲିସ୍‌ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ପୁଅକୁ ବୁଧବାର ଶେଷ ଥର ପାଇଁ ସେ ବାବୁଙ୍କ ସହ ଦେଖିଥିଲ। ସନ୍ଧ୍ୟାରେ ପୁଅକୁ ଘରେ ନପାଇ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏପଟେ ବାବୁ ତାଙ୍କ ଘ‌ରେ ନଥିବାରୁ ମନରେ ସନ୍ଦେହ ଉପୁଜିଲା।

ପରଦିନ ଗୁରୁବାର (ଅଗଷ୍ଟ ୨୮) ଦିନ ପ୍ରାୟ ୨ଟା ସମୟରେ ଏ ନେଇ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ପୁଲିସ୍‌ ଘଟଣାତ ଦଦନ୍ତ ଆରମ୍ଭ କରି ମହାମାୟା ଫ୍ଲାଏଓଭର-ସେକ୍ଟର ୩୭ରେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍‌ ଖବର ଦେବା ପରେ ନାବାଳକର ମାଆ ସେଠାକୁ ଯାଇ ମୃତଦେହ ତାଙ୍କ ପୁଅର ବୋଲି ଚିହ୍ନଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe