ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ଜଣେ ଆମେରିକୀୟ ମହିଳାଙ୍କୁ ଜଣେ ପ୍ରବାସୀ ଭାରତୀୟ (ଏନଆରଆଇ) ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆମେରିକୀୟ ମହିଳାଙ୍କ ବୟାନ ଅନୁଯାୟୀ ସମ୍ପୃକ୍ତ ଏନଆରଆଇ ଯୁବକଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି।
representative imageପୁଲିସ ସୂତ୍ରରୁ ମିଳିଥିବା ଅଭିଯୋଗ ଅନୁଯାୟୀ, ୨୫ ବର୍ଷୀୟ ଅନମୋଲ ସିଂ ଖରବିନ୍ଦା କାର୍ଲିଫର୍ଣ୍ଣିଆରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତ ବୁଧବାର ଦିନ ଅନମୋଲ ସିଂହ ଚାଣକ୍ୟପୁରୀରେ ଥିବା ତାଜ ଡିପ୍ଲୋମାଟିକ ଏନକ୍ଲେଭ(ପୂର୍ବର ତାଜ ପାଲେସ ହୋଟେଲ )ରେ ରହୁଥିଲେ। ସେହି ହୋଟେଲରେ ଅନମୋଲଙ୍କ ପାଖ ରୁମ୍ରେ ୫୨ ବର୍ଷୀୟା ଜଣେ ଆମେରିକୀୟ ମହିଳା ମଧ୍ୟ ରହୁଥିଲେ। ତେବେ ଘଟଣା ଦିନ (ସୋମବାର ) ରାତି ପ୍ରାୟ ୧୦ଟା ସମୟରେ ଅନମୋଲ ସମ୍ପୃକ୍ତ ଆମେରିକୀୟ ମହିଳାଙ୍କୁ ତାଙ୍କ ରୁମ୍କୁ ମଦ୍ୟପାନ ପାଇଁ ଆମନ୍ତ୍ରଣ କରିଥିଲେ। ସେଠାରେ ଅନମୋଲ ଓ ଆମେରିକୀୟ ମହିଳା ମଦ୍ୟପାନ କରିଥିଲେ। ପରେ ସମ୍ପୃକ୍ତ ଆମେରିକୀୟ ମହିଳାଙ୍କୁ ଅନମୋଲ କିଛି ନିଶାଯୁକ୍ତ ପାନୀୟ ପିଇବାକୁ ଦେବା ପରେ ତାଙ୍କ ସହିତ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ। ତେବେ କୌଣସି ମତେ ସମ୍ପୃକ୍ତ ମହିଳାଜଣକ ସେଠାରୁ ବାହାରି ଆସି ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହି ଘଟଣା ନେଇ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା। ମହିଳାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯିବା ପରେ ଅନମୋଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ମାଜିଷ୍ଟ୍ରେଟ୍ ତାଙ୍କ ୁ ବିଚାର ବିଭାଗୀୟ ହାଜତକୁ ପଠାଇଦେବାକୁ ନିର୍ଦ୍ଦେଶ ଦେବା ପରେ ଅନମୋଲଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଛି।ତେବେ ଏହି ଘଟଣା ପରେ ସମ୍ପୃକ୍ତ ମହିଳା ହୋଟେଲ ଛାଡ଼ି ଚାଲି ଯାଇଥିିବାରୁ ତାଙ୍କୁ ଆନୁଷ୍ଠାନିକ ଅଭିଯୋଗ କରିବା ପାଇଁ ଯୋଗାଯୋଗ କରାଯାଉଥିବା ତାଜ ଡିପ୍ଲୋମାଟିକ ଏନକ୍ଲେଭ୍ର ମୁଖପାତ୍ର କହିଛନ୍ତି।
Follow Us