ଜଣକ ପରେ ଜଣେ ଏପରି ୧୯ଜଣ ଯାତ୍ରୀ ଅଟୋରୁ ଓହ୍ଲାଇବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୁଲିସ ଅଧିକାରୀ

Advertisment
ଜଣକ ପରେ ଜଣେ ଏପରି ୧୯ଜଣ ଯାତ୍ରୀ ଅଟୋରୁ ଓହ୍ଲାଇବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଏକ ଅଟୋରେ ପଚାଶ ଜଣ ଯାତ୍ରୀ ବସିଥିବା ଦେଖିବାକୁ ମିଳିଥିଲା। ଏହାପରେ  ପୁଲିସ ଉକ୍ତ ଅଟୋ ଚାଳକଙ୍କୁ ଧରି ନେଇଥିଲା। ସମ୍ପ୍ରତି ଏମିତି ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି। ଗୋଟିଏ ଅଟୋରେ ଆବଶ୍ୟକରୁ ଅଧିକ ଯାତ୍ରୀ ବସିଥିବା ଦେଖି ପୁଲିସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁଲିସ ଅଧିକାରୀ ଉକ୍ତ ଅଟୋକୁ ଅଟକାଇ ଚାଳକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଏହି ଭିଡିଓକୁ ଟୁଇଟରରେ ପୁଲିସ ଅଧିକାରୀ ଭାଗବତ ପ୍ରସାଦ ପାଣ୍ଡେ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଦେଇ ଲେଖିଛନ୍ତି, ‘ଅଧିକ ଯାତୀଙ୍କୁ ନେଇ ଯାତ୍ରା କରିବା ଅର୍ଥ ଦୁର୍ଘଟଣା ପାଇଁ ପ୍ରସ୍ତୁତି କରିବା।’

ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଭାଗବତ ପାଣ୍ଡେ ନିୟୋଜିତ ଅଛନ୍ତି। ସେ ପ୍ରତିଦିନ ସୋସିଆଲ ମିଡିଆରେ ଭିଡିଓ ସେୟାର୍ କରନ୍ତି ଏବଂ ଲୋକମାନେ ତାଙ୍କ ପୋଷ୍ଟଗୁଡିକ ଉପରେ  ପ୍ରତିକ୍ରିୟା ବି ଦିଅନ୍ତି।


ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଅଟୋ ଆଗକୁଆଗକୁ ଯାଉଛି। ଏହାର ଭିଡିଓ ପଛରୁ ପ୍ରସ୍ତୁତ ହେଉଛି । କୌତୁହଳର ବିଷୟ ହେଉଛି ଅଟୋରେ ବସିଥିବା ଲୋକମାନେ କ୍ୟାମେରାକୁ ଦେଖୁଛନ୍ତି । ଟିକିଏ ଦୂରକୁ ଯିବା ପରେ ସେମାନଙ୍କୁ ଅଟକାଇ ଦିଆ ଯାଇଥିଲା। ଏଥିରେ ବସିଥିବା ପ୍ରତ୍ୟେକ ଯାତ୍ରୀ ଧୀରେଧୀରେ ତଳକୁ ଓହ୍ଲାଇ ଥିଲେ। ଯେତେବେଳେ ପୁଲିସ ଅଧିକାରୀ ଯାତ୍ରୀଙ୍କ ସଂଖ୍ୟା ଗଣିଥିଲେ ଅଟୋ ଭିତରୁ ୧୯ ଜଣ ଯାତ୍ରୀ ବାହାରିଥିଲେ।

କୁହାଯାଉଛି ଯେ ଏହି ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ  ତାଙ୍କ ଅଟୋକୁ ଜବତ କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଏହି ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe