ଡାକ୍ତର ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ରକ୍ଷାପାଇବା ପାଇଁ ଏହି କାମ କଲେ ନର୍ସ

ବିହାରରେ ଜଣେ ଡାକ୍ତର ତାଙ୍କ ସହ କାମ କରୁଥିବା ନର୍ସଙ୍କ ସହ ଶରୀରିକ ସମ୍ପର୍କ ରଖିବାକୁ ଚାହୁଥିଲେ। ନର୍ସ ମନାକରିବାରୁ ସେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ସତ, ହେଲେ ନର୍ସ ତାଙ୍କୁ ସଫଳ ହେବାକୁ ଦେଇନଥିଲେ।

tyu

ପାଟନା: ଗଣଦୁଷ୍କର୍ମର ଶିକାର ହେବାରୁ ନିଜକୁ ରକ୍ଷା କଲେ ନର୍ସ। ଜଣେ ଡାକ୍ତର ଓ ତାଙ୍କର ୨ସହଯୋଗୀ ନର୍ସଙ୍କୁ ଦୁଷ୍କର୍ମ କରିବା ପାଇଁ ଆସିଥିଲେ । ଡାକ୍ତରଖାନାର କବାଟ ଭିତରପଟୁ ବନ୍ଦ କରିବା ସହ ସିସିଟିଭି ବି ବନ୍ଦ କରି ଦେଇଥିଲେ। ହେଲେ ନର୍ସଙ୍କ ସହାସ ପାଇଁ ସେ ଆଜି ଦୁଷ୍କର୍ମର ଶିକାର ହେବାରୁ ନିଜକୁ ରକ୍ଷା କରିପାରିଛନ୍ତି। ଘଟଣାଟି ଘଟିଛି ବିହାରରେ ଥିବା ଏକ ଘରୋଇ ଡାକ୍ତରଖାନାରେ। ଏବେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଆରବିଏସ ହେଲଥ କେୟାର ସେଣ୍ଟରରେ କାମ କରୁଥିବା ପୀଡ଼ିତା ନର୍ସ କାମ ସାରି ଘରକୁ ବାହାରୁଥିବା ବେଳେ ତାଙ୍କୁ ଘେରି ଯାଇଥିଲେ ନିଶାଗ୍ରସ୍ତ ଥିବା ଡାକ୍ତର ସଞ୍ଜୟ କୁମାର ଓ ତାଙ୍କର ୨ସହଯୋଗୀ ଅବଧେଶ କୁମାର ଓ ସୁନୀଲ କୁମାର ଗୁପ୍ତା । ଡାକ୍ତର ସଞ୍ଜୟ ପୀଡ଼ିତାଙ୍କୁ ମାଡ଼ିବସିବା ପରେ ନର୍ସଜଣକ ତାଙ୍କୁ ରୋକିବାକୁ ଯାଇ ପାଖରେ ଥିବା ବ୍ଲେଡରେ ଡାକ୍ତରଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ । ଏହା ପରେ ସେ ଭିତରପଟୁ ଦିଆଯାଇଥିବା କବାଟ ଖୋଲି ବାହାରକୁ ଆସିବା ସହ ପୁଲିସକୁ ଫୋନ କରିଥିଲେ । 

ଡିଏସପି ସଞ୍ଜୟ କୁମାର ପାଣ୍ଡେ କହିଛନ୍ତି ଯେ, ପୀଡ଼ିତାଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସେ ଆଜି ଦୁଷ୍କର୍ମର ଶିକାର ହୋଇନାହାନ୍ତି। ଅଭିଯୁକ୍ତମାନେ ଭିତରପଟୁ କବାଟ ଦେବା ସହ ପ୍ରମାଣ ନରହିବା ପାଇଁ ସିସିଟିଭି ସଂଯୋଗ କାଟିଦେଇଥିଲେ। ସବୁ ପରେ ବି ନର୍ସଜଣକ ନିଜକୁ ବଞ୍ଚାଇପାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe