ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସବ ବିଭାଗରେ ନୃତ୍ୟ କରୁଥିବା ନର୍ସଙ୍କ ଭିଡିଓ ଭାଇରାଲ

Advertisment
ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସବ ବିଭାଗରେ ନୃତ୍ୟ କରୁଥିବା ନର୍ସଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସବ ବିଭାଗରୁ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ଭିଡିରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନାଚୁଥିବା ଦେଖିବାକୁ ମିଳୁଛି।

ସ୍ବାସ୍ଥ୍ୟକର୍ମୀ ଜଣକ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସବ ବିଭାଗ ସାମ୍ନାରେ ଛିଡ଼ା ହୋଇଛନ୍ତି। ଆଉ ହାତରେ ଏକ ଗ୍ଲୁକୋଜ ବୋତଲ ଧରି ମଦ ପିଇଲା ଭଳି ନାଚିନାଚି ଅଭିନୟ କରୁଛନ୍ତି। ତେବେ ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଏଭଳି ଭିଡିଓକୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରୁ କେହିଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।

ଏହି ସ୍ବାସ୍ଥ୍ୟକର୍ମୀଙ୍କ ଏଭଳି ଭିଡିଓ ଭାଇରାଲ ହେବାପରେ ପ୍ରଶାସନ ଯାଞ୍ଚ ଆଦେଶ ଦେଇଛନ୍ତି।


ଏହି ଭିଡିଓକୁ ଗମ୍ଭୀରତା ସହ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର କହିଛନ୍ତି, ‘ ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓଟି ହୋଲିର। ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଡାକ୍ତରଖାନାରେ ଏଭଳି ନୃତ୍ୟ କରିବାର ନଥିଲା।

ଡାକ୍ତର ପ୍ରଶାନ୍ତ ତ୍ୟାଗିଙ୍କୁ ଏହି ଘଟଣାରେ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିଲାପରେ ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe