Advertisment

ଅନଲାଇନ କ୍ଲାସ ଚାଲୁଥିବା ବେଳେ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପୋଷ୍ଟ କରିବା ୪ଛାତ୍ରଙ୍କୁ ମହଙ୍ଗା ପଡ଼ିଲା

Advertisment
ଅନଲାଇନ କ୍ଲାସ ଚାଲୁଥିବା ବେଳେ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପୋଷ୍ଟ କରିବା ୪ଛାତ୍ରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରାଜସ୍ଥାନର ଯୋଦ୍ଧପୁର‌ରେ ଅନଲାଇନ କ୍ଲାସ ସମୟରେ ବାରମ୍ବାର ସେଥିରେ ଅଶ୍ଳୀଳ ଭିଡିଓ ଚାଲୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି କ୍ଲାସରେ ୧୦୦ଜଣ ଛାତ୍ରଛାତ୍ରୀଙ୍କ ସ‌ମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବି ଯୋଡ଼ି ହୋଇଥିଲେ। ଏହି ଘଟଣାପରେ ସ୍କୁଲ ପରିଚାଳନ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚରେ ୪ଜଣ ଛାତ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଉକ୍ତ ୪ଜଣ ଛାତ୍ରୀଙ୍କ ସମେତ ତାଙ୍କ ପରିବାରଲୋକଙ୍କୁ ଡକାଇ ସମସ୍ତ ଘଟଣାବିଷୟରେ ଜଣାଇବା ପରେ ପ୍ରଧାନଶିକ୍ଷକ ସ୍କୁଲରୁ ବାହାର କରି ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରବଳ ଥଣ୍ଡା ପଡ଼ିଥିବାରୁ ଜାନୁଆରି ୧୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିଥିଲା। ତେଣୁ ପିଲାଙ୍କ ପାଠପଢ଼ା ପାଇଁ ଅନଲାଇନ କ୍ଲାସ ଆରମ୍ଭ କରାଯାଇଥିଲା। ଜାନୁଆରି ୧୦ ତାରିଖରେ ପିଲାଙ୍କ ଅନଲାଇନ କ୍ଲାସ ଚାଲୁଥିବା ସମୟରେ ହଠାତ ଏଥିରେ ଅଶ୍ଳୀଳ ସିନେମା ଚାଲିବା ସହିତ କିଛି ଆପତ୍ତିଜନକ ମେସେଜ ବି ଆସିଥିଲା।

ଏହାପରେ ଅନଲାଇନ କ୍ଲାସର ପ୍ଲାଟଫର୍ମ ବଦଳା ଯାଇଥିଲା। ଏହା ସତ୍ତ୍ବେ ବି ଏହି ଘଟଣା ଘଟି ଚାଲିଥିଲା। ଯାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚିନ୍ତାରକାରଣ ପାଲଟିଥିଲା। ଅନଲାଇନ କ୍ଲାସ ସମୟରେ ବାରମ୍ବାର ଏମିତି ଲଜ୍ଜାକର ଘଟଣା ଘଟୁଥିବା ହେତୁ ସମୟ ନିଷ୍ଟ ହେବା ସହିତ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।

ଏହାପରେ ପ୍ରଧାନଶିକ୍ଷକ କିଛି ଛାତ୍ରଙ୍କୁ ସନ୍ଦେହ କରି ସ୍କୁଲ ଖୋଲିବା ପରେ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ। ଏହି ସମୟରେ ସେମାନେ କିଛି ବୁଝିବା ପୂର୍ବରୁ ପ୍ରଧାନଶିକ୍ଷକ ତାଙ୍କ ଠାରୁ ମୋବାଇଲଫୋନ ଛାଡ଼ ନେଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚରୁ ଜଣାପଡ଼ିଲା ୪ଜଣ ପିଲା ଏକ ଗ୍ରୁପ କରି ଅନଲାଇନ କ୍ଲାସ ଚାଲିବା ସମୟରେ ଏଭଳି କାମ କରୁଥିଲେ। ଏହି ଗ୍ରୁପରେ କିଛି ଅଶ୍ଳୀଳ ଭିଡିଓ ଓ ତାହାର ଲିଙ୍କ ଥିବା ବି ପ୍ରଧାନଶିକ୍ଷକ ଦେଖିବାକୁ ପାଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe