ଜୟପୁର,୨/୨(ତରୁଣ କୁମାର ମହାପାତ୍ର): ଜଣେ ଓକିଲକୁ ଲହୁଲହାଣ କରି ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ମାଡ଼ ମାରିଥିବା ନେଇ ରାଜ୍ୟ ବାର କାଉନସିଲ ପକ୍ଷରୁ ଏସପିଙ୍କୁ ଏକ ଏତଲା ଦିଆଯାଇଛି। ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟରତ ଓକିଲ ଜି ରାଜ ଶେଖର ଗତ ଜାନୁଆରି ୨୮ ତାରିଖରେ ଜୟପୁର ଥାନା ଅଧିକାରୀ ଉଲ୍ଲାସ ରାଉତ, ଏସଆଇ ଭାରତ ବେହେରା ଓ ୭ରୁ ୮ଜଣ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଏକ ଲିଖିତ ଅଭିଯୋଗ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ତ ପୁଲିସ ଅଧିକରୀଙ୍କୁ ଦେଇଛନ୍ତି।
ଅଭିଯୋଗ ପତ୍ରରେ ରାଜଶେଖର ଉଲ୍ଲେଖ କରିଛନ୍ତି କି ଗତ ଜାନୁଆରି ୨୪ ତାରିଖରେ ନିଜ ଭାଇ ସହ ସାମାନ୍ୟ ବଚସା ପରେ ଆହତ ହୋଇ ଥାନାକୁ ଏତଲା ଦେବାକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏଏସଆଇ ଭରତ ବେହେରା ଓ ୭ରୁ ୮ଜଣ ପୁଲିସ କର୍ମଚାରୀ ଲାତ ଗୋଇଠା ମାରିବା ସହ ଅଣ୍ଟାରେ ପିନ୍ଧିଥିବା ବେଲ୍ଟ ସାହାର୍ଯ୍ୟରେ ଅସଭ୍ୟ ଭାଷା କହି ମାଡ ମାରିଥିଲେ। ଥାନା ପରିସରରେ ରାଜଶେଖରଙ୍କ ମୃତ୍ୟୁ ହୋଇଯାଇପାରେ ବୋଲି ଟାଉନ ପୁଲିସ ୨୫ ତାରିଖ ସକାଳୁ ଜୟପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଏକ୍ସରେ କାଡିବା ପରେ ହାତର କାଣି ଆଙ୍ଗୁଠି ଭାଙ୍ଗିଥିବା ଏବ˚ ଶରୀରର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଥିବା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା।
ଆହୁରି ପଢ଼ନ୍ତୁ: Orissa High Court: ଯାଜପୁର ଡିଏମଏଫ ଗଠନ ସଂପର୍କିତ ବିଜ୍ଞପ୍ତି ଆଂଶିକ ରଦ୍ଦ
ସେଠାରୁ ଫେରି ଟାଉନଥାନା ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ବାର କାଉନସିଲକୁ ଯିବା ପରେ ଆଜି ବାର କାଉନସିଲ ସଭାପତି ସରୋଜ ଦାସ ଓ ସ˚ପାଦକ ସଚ୍ଚିଦାନନ୍ଦ ମିଶ୍ର ଘୋର ନିନ୍ଦା କରିଛନ୍ତି। ଆଜି ଏନେଇ ଏକ ବୈଠକ ଡକାଯାଇଥିଲା ବୈଠକରେ ନିଷ୍ପତ୍ତି ନିଆଗଲା କି ଏନେଇ ଗୋଟିଏ ଟିମ ଗଠନ କରାଯିବ ଏବ˚ ଏସପିଙ୍କ ସହ ଭେଟି ଟାଉନଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥି ପୂର୍ବରୁ ଓଡିଶା ରାଜ୍ୟ ବାର କାଉନସିଲ ପକ୍ଷରୁ ଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପିଙ୍କ ନିକଟରେ ଏତଲା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/02/jaypore-2026-02-02-21-09-40.jpg)