ଓଡ଼ିଶାରୁ ଫେରାର ଆସାମୀ ବିହାରରୁ ଗିରଫ

Advertisment
ଓଡ଼ିଶାରୁ ଫେରାର ଆସାମୀ ବିହାରରୁ ଗିରଫ

ବାଲିଅନ୍ତା: ଗତ ଦୁଇମାସ ତଳେ ଓଡ଼ିଶାରୁ ଫେରାର ହୋଇ ବିହାରରେ ଲୁଚିଥିବା ଜଣେ ଯୁବକଙ୍କୁ ବାଲିଅନ୍ତା ଥାନା ପୁଲିସ ଗିରଫ କରି ଆଜି ଜେଲ ପଠାଇଛି। ଅଭିଯୁକ୍ତ ଜଣକ ହେଲେ ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ଗ୍ରାମର ଡୁଲୁ ଓରଫ ବିଶ୍ୱଜିତ୍‌ ମିଶ୍ର (୩୯)। ପୁଲିସ ସୂଚନାନୁଯାୟୀ ବିଶ୍ୱଜିତ୍‌ ପାହାଳ ଫାଣ୍ଡି ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ କୌଣସି ଘଟଣାକୁ ନେଇ ଗାଳିମନ୍ଦ କରିବା ସହିତ ଧମକଚମକ ଦେଇଥିଲା। ଏ ସଂକ୍ରାନ୍ତରେ ପାହାଳ ଫାଣ୍ଡିରେ କେସ୍‌ ନଂ ୨୯୪/୧୭ ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଗିରଫଦାରୀରୁ ନିଜକୁ ରକ୍ଷା କରିବା ପାଇଁ ଘଟଣା ପରେ ବିଶ୍ୱଜିତ୍‌ ଏଠାରୁ ଫେରାର ହୋଇ ବିହାର ପଳାଇଥିଲା । ବାଲିଅନ୍ତା ଥାନା ପୁଲିସ ଟିମ୍‌ ଗତ ସପ୍ତାହରେ ସେଠାରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ବିଶ୍ୱଜିତ୍‌କୁ ଧରିବାରେ ସକ୍ଷମ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe