ସ୍ତ୍ରୀର ପାଦ ଛୁଇଁ ମୋତେ କ୍ଷମା କରିଦିଅ ବୋଲି କହି ୧୯ ମହଲାରୁ ଡେଇଁ ପଡ଼ିଲେ ସ୍ବାମୀ

Advertisment
ସ୍ତ୍ରୀର ପାଦ ଛୁଇଁ ମୋତେ କ୍ଷମା କରିଦିଅ ବୋଲି କହି ୧୯ ମହଲାରୁ ଡେଇଁ ପଡ଼ିଲେ ସ୍ବାମୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ଶୁକ୍ରବାର ସକାଳେ ଜଣେ ବୃଦ୍ଧ ୧୯ମହଲାରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଘଟଣା ନୋଏଡା ସେକ୍ଟର ୧୩୭ର ସୁପରଟେକ ଇକୋ ସିଟିରେ ଘଟିଛି। ଯେଉଁଠାରେ ୭୦ବର୍ଷର ବୃଦ୍ଧ ରାଜକୁମାର ୧୯ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସୋସାଇଟିର ୧୯ ମହଲାରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ମୃତ ରାଜକୁମାର ସ୍ତ୍ରୀ ପାଦ ସ୍ପର୍ଶ କରି କହିଥିଲେ, ‘ମୋତେ କ୍ଷମା କରିଦିଅ’। ମୃତ ରାଜକୁମାର ଏକ ଇନସ୍ୟୁରାନ୍ସ କମ୍ପାନିରେ କାମ କରୁଥିଲେ। ରାଜକୁମାର ଇକୋ ସିଟି ସୋସାଇଟିର ଏକ ଟାୱରରେ ୧୯ତମ ତାଲାରେ ନିଜର ସ୍ତ୍ରୀ ସହିତ ଘର ନମ୍ବର ୧୮୦୨ରେ ବସବାସ କରୁଥିଲେ। ସ୍ତ୍ରୀ କିଛି ବୁଝିବା ପୂର୍ବରୁ ସ୍ବାମୀ ତାଙ୍କୁ କ୍ଷମା ମା‌ଗି ୧୯ତମ ତାଲାରେ ଥିବା ବାଲକୋନିରେ ଏକ ଷ୍ଟୁଲ ପକାଇ ତଳକୁ ଡେଇଁ ପଡ଼ିଥିଲେ।

ପୁଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ତେବେ ଏତେ ଉଚ୍ଚରୁ ପଡ଼ିଥିବା ହେତୁ ରାଜକୁମାରଙ୍କ ଶରୀର ଅନେକ ସ୍ଥାନ ଫାଟି ପ୍ରବଳ ରକ୍ତସ୍ରାବ ହେଉଥିଲା।  ତେବେ କୁହାଯାଉଛି କି ରାଜକୁମାର ରୋଗରେ ପୀଡିତ ଥିବା ହେତୁ ସେ ଅନେକ ସମୟରେ ଚିନ୍ତାରେ ରହୁଥିଲେ। ଏହି କାରଣରୁ ବୋଧ ହୁଏ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe