ଦଶପଲା: ସ୍ପଷ୍ଟ ଦିବାଲୋକରେ ବୁଧବାର ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରାଯାଇଛି। ହତ୍ୟା ପରେ ଦୁର୍ବୃତ୍ତ ଖସି ଯାଇଛି। ନୟାଗଡ଼ ଜିଲ୍ଲାର ଦଶପଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ଗାଁରେ ଆଜି ପର୍ବାହ୍ନରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧଙ୍କର ନାମ ମାୟାଧର ପୃଷ୍ଟି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ କୃଷ୍ଣପୁରପୁର ପାଟଣା ଗ୍ରାମରେ ମାୟାଧର ପୃଷ୍ଟି ଓ ତାଙ୍କର ସ୍ତ୍ରୀ ରୁହନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୮ଟାରେ ସ୍ତ୍ରୀ ଏକ ହୋଷ୍ଟେଲକୁ ରୋଷେଇ କରିବାକୁ ଯାଇଥିଲେ। ସେହି ସମୟରେ ମାୟାଧର ଘରେ ଥିଲେ। ମାୟାଧର ରୋଷେଇ କରୁଥିଲେ ଓ ଏହି ସମୟରେ କେହି ଜଣ ଦୁର୍ବୃତ୍ତ ଘରେ ପଶି ହତ୍ୟା କରି ଫେରାର ହୋଇଯାଇଥିଲେ। ସ୍ତ୍ରୀ କାମ ସାରି ଅପରାହ୍ନ ୧୨ଟା ପରେ ଘରକୁ ଫେରିବା ବେଳକୁ ମାୟାଧରଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଷେଇ ଘରେ ପଡ଼ିଥିଲା। ସାହିଲୋକେ ମାୟାଧରଙ୍କୁ ପ୍ରାୟ ୯ଟାରେ ଦେଖିଥିଲେ।
/sambad/media/post_attachments/wp-content/uploads/2019/11/dasplala1-1024x472.jpg)
ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ପୁଲିସର ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ସନ୍ଧାନୀକୁକୁର ଡକାଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Follow Us