Advertisment

ମଞ୍ଚ ଉପରେ ଛିଡ଼ା ହୋଇଥିବା ବୃଦ୍ଧଙ୍କ ଜିଭକୁ ସାପ କଲା ଦଂଶନ

Advertisment

ମଞ୍ଚ ଉପରେ ଛିଡ଼ା ହୋଇ ବୃଦ୍ଧ ଗଳାରେ ଗେଣ୍ଡୁ ଫୁଲ ସହିତ ଏକ ସାପକୁ ପକାଇ ଉଠାଉଛନ୍ତି ଫଟୋ। ବୃଦ୍ଧଙ୍କ ଜିଭକୁ ଶକ୍ତ ଭାବେ କାମୁଡ଼ି ଧରିଛି ସାପ। ଭିଡିଓ ଭାଇରାଲ ପରେ ଲୋକେ ଅସନ୍ତୋଷ।

ମଞ୍ଚ ଉପରେ ଛିଡ଼ା ହୋଇ ବୃଦ୍ଧ ଗଳାରେ ଗେଣ୍ଡୁ ଫୁଲ ସହିତ ଏକ ସାପକୁ ପକାଇ ଉଠାଉଛନ୍ତି ଫଟୋ। ବୃଦ୍ଧଙ୍କ ଜିଭକୁ ଶକ୍ତ ଭାବେ କାମୁଡ଼ି ଧରିଛି ସାପ। ଭିଡିଓ ଭାଇରାଲ ପରେ ଲୋକେ ଅସନ୍ତୋଷ।

fde


ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଘୁରି ବୁଲୁଛି ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି।  ଭିଡିଓରେ ଏକ ମଞ୍ଚ ଉପରେ ଧଳା ପୋଷାକ ଓ ପଗଡ଼ି ପିନ୍ଧି ଛିଡ଼ା ହୋଇଥିବା ଜଣେ ବୃଦ୍ଧଙ୍କୁ ଦେଖିବାକୁ ମିଳୁଛି। 

କେବଳ ଏତିକି ନୁହେଁ ସେ ଗଳାରେ ଗେଣ୍ଡୁଫୁଲ ସହିତ ଏକ ସାପକୁ ପକାଇ ଥିବା ବି ନଜରକୁ ଆସୁଛନ୍ତି। ସାପକୁ ଗଳାରେ ପକାଇ ସେ ଯେମିତି ଜିଭ ବାହାର କରୁଛନ୍ତି ସାପ ତାଙ୍କ ଜିଭକୁ କାମୁଡ଼ି ଧରୁଛି।

ଏହି ସମୟରେ ବୃଦ୍ଧଙ୍କ ଚାରିପାଖରେ କିଛିଲୋକ ଘେରି ରହିଛନ୍ତି। ବୃଦ୍ଧଜଣଙ୍କ ଜିଭକୁ ସାପ କାମୁଡ଼ି ଧରିଥିବା ବେଳେ ସେ ଆଦୌ ବିଚଳିତ ନହୋଇ ଫଟୋ ଓ ଭିଡିଓ ପାଇଁ ‌ପୋଜ ଦେଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଏପରି କରି ସମାଜକୁ କି ବାର୍ତ୍ତା ଦିଆଯାଉଛି। ଜୀବନ ହେଉଛି ଅମୁଲ ମୂଲ। ତାହା ସହିତ ଏପରି ଖେଳ ଖେଳିବା ଉଚିତ ନୁହେଁ। ଏହି ଭିଡିଓ ଦେଖି ଅନ୍ୟମାନେ ବି ସେପରି କରିବା ପାଇଁ ଉଦ୍ୟମ କରି ପାରନ୍ତି। ଏହା ଜୀବନ ପ୍ରତି ବିପଦ ପକାଇପାରେ। 

ତେଣୁ ଏଭଳି ଭିଡିଓ ପୋଷ୍ଟ ହେଉଥିବା ଆଇଡିକୁ ବ୍ଲକ କରିବା ସହିତ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସୋସିଆଲ ମିଡିଆ ବ୍ୟବହାରକରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe