ଫେସ୍‌ବୁକ୍‌ ପ୍ରେମ, ୨୦ବର୍ଷର ଯୁବକ ସହିତ ୫୦ବର୍ଷିୟା ମହିଳା ଫେରାର

ଫେସ୍‌ବୁକ୍‌ ପ୍ରେମ, ୨୦ବର୍ଷର ଯୁବକ ସହିତ ୫୦ବର୍ଷିୟା ମହିଳା ଫେରାର

ମୋଦିନଗର: ଉତ୍ତରପ୍ରଦେଶର ମୋଦିନଗର ଥାନା ଅଞ୍ଚଳରେ ୫୦ବର୍ଷିୟ ମହିଳା ଜଣେ ଯୁବକ ସହିତ ଫେରାର ହୋଇଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଉକ୍ତ ୫୦ବର୍ଷୀୟ ମହିଳାଙ୍କ ବନ୍ଧୁତା ମେରଠରେ ରହୁଥିବା ୨୦ବର୍ଷର ଯୁବକଙ୍କ ସହିତ ହୋଇଥିଲା। ମହିଳାଙ୍କ ଏକ ଝିଅ ବି ରହିଛି। ତେବେ ପତ୍ନୀ ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଥିବା ନେଇ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୁଲିସରେ ମାମଲା ରୁଜୁ ହେବା ପରେ ମୋବାଇଲ୍‌ ଟ୍ରାକିଂ କରି ଯାଞ୍ଚ ଆରମ୍ଭ ହୋଇଯାଇଛି।

publive-image

ମହିଳାଙ୍କ ହାତରେ ନୂଆ ଫୋନ୍‌ ଆସିବା ପରେ ସେ ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ରେ ଆକାଉଣ୍ଟ ଖୋଲିଥିଲେ। ଗତତିନିମାସ ତଳେ ମହିଳାଙ୍କ ଉକ୍ତ ଯୁବକଙ୍କ ସହିତ ଫେସ୍‌ବୁକ୍‌ରେ ବନ୍ଧୁତା ହୋଇଥିଲା। ଗୋଟିଏ ମାସ ହେବ ଦୁହେଁ ଫୋନ୍‌ରେ କଥାବାର୍ତ୍ତା ହେବା ପରେ ଗତ ସୋମବାର ପ୍ରତ୍ୟୁଷରେ ମହିଳା ଘରେ ଫୋନ୍‌ ଛାଡ଼ି ନିଖୋଜ ହୋଇଯାଇଥିଲେ। ମହିଳାଙ୍କ ସ୍ୱାମୀ ଏନେଇ ଥାନା ଅଭିଯୋଗ ପରେ ପୁଲିସ ମହିଳାଙ୍କ ଫୋନ୍‌କୁ ଜବତ କରିବା ପରେ ସେ ବିବିଏର ଜଣେ ଛାତ୍ର ସହିତ ଫେରାର ହୋଇଯାଇଥିବା ସୂଚନା ପାଇଥିଲା। ମହିଳା ଓ ଉକ୍ତ ଯୁବକଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe