ଟଙ୍କା ଏକାଠି କରି ଧୁମଧାମରେ ବାହା ହେବା ପାଇଁ କର୍କଟ ପୀଡିତା ହେବାର ଅଭିନୟ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା

ଟଙ୍କା ଏକାଠି କରି ଧୁମଧାମରେ ବାହା ହେବା ପାଇଁ କର୍କଟ ପୀଡିତା ହେବାର ଅଭିନୟ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା

LancasterOnline

ନୂଆଦିଲ୍ଲୀ: ଜଣେ ଯୁବତୀ ଧୁମଧାମରେ ବାହା ହେବା ପାଇଁ ସ୍ବପ୍ନ ଦେଖିଥିଲେ। ସେ ଯେପରି ବିବାହ କରିବାକୁ ଚାହୁଁଥିଲେ ସେତିକି ପରିମାଣର ଅର୍ଥ ତାଙ୍କ ପାଖରେ ନଥିଲା। ଏତେ ପରିମାଣର ଟଙ୍କା ଯୋଗାଡ଼ କରି ନପାରିବାରୁ ଶେଷର ଯୁବତୀ ଜଣକ ସାଙ୍ଗ ପାଖରେ କର୍କଟ ରୋଗୀ ହେବାର ଅଭିନୟ କରିଥିଲେ।

ସେ କର୍କଟରେ ପୀଡିତ ତାଙ୍କ ପାଖରେ ବଞ୍ଚିବା ପାଇଁ ଆଉ ଦୁଇମାସ ସମୟ ଅଛି। ଏହାରି ଭିତରେ ସେ ଧୁମଧାମରେ ବାହା ହେବାକୁ ଚାହୁଁଛନ୍ତି କିନ୍ତୁ ଏତେଗୁଡ଼ିଏ ଟଙ୍କା ସେ ଯୋଗାଡ଼ କରି ପାରୁ ନାହାନ୍ତି ବୋଲି ନିଜ ସାଙ୍ଗଙ୍କୁ କହିଥି‌ଲେ। ସାଙ୍ଗ ବି ଯୁବତୀଙ୍କ ଦୁଃଖ ଦେଖି ନପାରି ପ୍ରାୟ ୮ ଲକ୍ଷ ୩୬ ହଜାର ଟଙ୍କା ଦେଇ ସାହାଯ୍ୟ କରିଥିଲେ।

Woman dupes friends with sob story; held

ତେବେ ଯୁବତୀଙ୍କ କଥାରେ କିଏ କାଳେ ସନ୍ଦେହ କରିବ ସେଥିପାଇଁ ସେ ଲଣ୍ଡା ହୋଇଯିବା ସହିତ ଖବରକାଗଜରେ ନିଜର ଏହି କର୍କଟ ରୋଗ ବିଷୟରେ ଏକ ସାକ୍ଷାତକାର ବି ଦେଇଥିଲେ। ଏଥିରେ ସେ କହିଥିଲେ ବଞ୍ଚିବା ପାଇଁ ତାଙ୍କ ପାଖରେ ମାତ୍ର ଦୁଇମାସର ସମୟ ଅଛି।

ଖବର କାଗଜରୁ ଏଭଳି ସାକ୍ଷାତକାର ଦେଖି ଯୁବତୀଙ୍କ ସାଙ୍ଗମାନେ ଟଙ୍କା ଏକାଠି କରିବା ଆରମ୍ଭ କରି ଦେଇଥିଲେ। ଏହି ଟଙ୍କା ଟୋନିକୁ ଦେବା ପରେ ସେ ଜେମ୍ସ ନାମକ ଜଣେ ଯୁବକଙ୍କୁ ବିବାହ କରିବା ପରେ ହନିମୁନ ପାଇଁ ତୁର୍କି ପଳାଇ ଥିଲେ। କିଛିଦିନ ପରେ ସେ କରୋନା ପୀଡିତ ବୋଲି ପୁଣି ଏକ ମିଥ୍ୟା କହାଣୀ ସମସ୍ତଙ୍କୁ କହିଥିଲେ। ଏହି ସମୟରେ ତାଙ୍କର ସମସ୍ତ ମନଗଢ଼ା କାହାଣୀ ଉପରୁ ପରଦା ଉଠି ଯାଇଥିଲା। ପୁଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe