ମୁକବଧିର ଝିଅକୁ ୪ ମହଲା ଉପରୁ ଫିଙ୍ଗି ହତ୍ୟା କଲା ଜନ୍ମକଲା ମାଆ

Advertisment
ମୁକବଧିର ଝିଅକୁ ୪ ମହଲା ଉପରୁ ଫିଙ୍ଗି ହତ୍ୟା କଲା ଜନ୍ମକଲା ମାଆ

ବେଙ୍ଗାଲୁର: ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୁକବଧିର ହୋଇଥିବାରୁ ନିଜ ଜନ୍ମକଲା ଝିଅକୁ ଚାରି ମହଲା ଉପରୁ ତଳକୁ ଫିଙ୍ଗି ଦେଇଛନ୍ତି ଜଣେ ମହିଳା। ୪ ମହଲାରୁ ତଳେ ପଡ଼ିବା ପରେ ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଶିଶୁଟିର ନିର୍ଦୟୀ ମାଆ ଜଣକ ହେଉଛନ୍ତି ଜଣେ ଦାନ୍ତ ଡାକ୍ତରାଣୀ। ଏହି ଘଟଣା ଘଟିବା ପରେ ମହିଳାଙ୍କ ବିରୋଧ‌ରେ ତାଙ୍କ ସ୍ବାମୀ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

ମହିଳାଙ୍କ ଶିଶୁକନ୍ୟାଟି ମୁକବଧିର ହୋଇଥିବାରୁ ସେ ଖୁବ୍ ବିଶାଦଗ୍ରସ୍ତ ରହୁଥିଲେ। ସେଥିପାଇଁ ସେ ସୁଯୋଗ ଖୋଜି ଶିଶୁଟିକୁ ମାରି ଦେଇଛନ୍ତି। ମହିଳା ଜଣକ ଏପରି କାଣ୍ଡ ରଚିଥିବା ବେଳେ ସଂପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ୍‌ ହୋଇଛି। ପୁଲିସ୍‌ ପ୍ରଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ମହିଳାଙ୍କର ସେପରି କୌଣସି ମାନସିକ ବିକୃତି ନାହିଁ। ସେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କଙ୍କରେ ନିଜ ପିଲାକୁ ମାରିଥିବା ସୂଚନା ରହିଛି।

publive-image

ଏହି ଲୋକଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁର ଏସ୍‌ଆର୍‌ନଗରସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ। ତେବେ ଏହି ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣେ ଡେଣ୍ଟିଷ୍ଟ୍‌ ହୋଇଥିବା ବେଳେ ତାଙ୍କ ସ୍ବାମୀ ଜଣେ ସଫ୍ଟୱେୟାର୍‌ ଇଞ୍ଜିନିୟର୍‌ ବୋଲି ସୂଚନା ରହିଛି।

ମହିଳାଙ୍କ ମସ୍ତିଷ୍କ ସଂପୂର୍ଣ୍ଣ ସୁସ୍ଥ ଥିବା ସତ୍ତ୍ବେ ସେ ଏପରି କାଣ୍ଡ ରଚିଥିବାରୁ ସ୍ଥାନୀୟ ଲୋକେ ତାଙ୍କର ନିନ୍ଦା କରୁଛନ୍ତି। ମହିଳାଙ୍କ ସ୍ବାମୀ ପୁଲିସ୍‌ ନିକଟରେ ଉଚିତ ନ୍ୟାୟ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe