ବନ୍ଦ ଘରେ ବିଧବା ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ ପୁଲିସକର୍ମୀ, ନିସ୍ତୁକ ଛେଚିଲେ ଗାଁ ଲୋକେ

Advertisment
ବନ୍ଦ ଘରେ ବିଧବା ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ ପୁଲିସକର୍ମୀ, ନିସ୍ତୁକ ଛେଚିଲେ ଗାଁ ଲୋକେ

oneindia.com

ପଟନା: ବିହାର ପୁଲିସ ନିଜର ପୁଲିସକର୍ମୀମାନଙ୍କ କାମ ପାଇଁ ବାରମ୍ବାର ଲଜ୍ଜିତ ହେବାରେ ଲାଗିଛି। କିଛି ଦିନ ତଳେ ଏସଡିଓର ଗାର୍ଡ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବାର ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ମଧେପୁରାରେ ସେଭଳି ଏକ ଘଟଣା ବିହାର ପୁଲିସକୁ ପୁଣି ଥରେ ଲଜ୍ଜିତ କରାଇଛି। ଜଣେ ପୁଲିସକର୍ମୀ ବିଧବା ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖି ଗାଁ ଲୋକେ ପୁଲିସକର୍ମୀଙ୍କୁ ନିସ୍ତୁକ ଛେଚିଥିବା ଜଣା ପଡ଼ିଛି। ରାତି ପ୍ରାୟ ୧୧ଟାରେ ଘଟଣାଟି ସାମ୍ନାକୁ ଆସିଥିବା ବେଳେ ଗାଁ ଲୋକେ ପୁଲିସକର୍ମୀଙ୍କୁ ବନ୍ଦୀ ବନାଇଦେବା ସହ ନିସ୍ତୁକ ମାଡ଼ ମାରିଥିଲେ ବୋଲି ସୂଚନା ମିଳିଛି। ପୁଲିସକର୍ମୀଙ୍କ ନାଁ ପ୍ରଭାକର ରାୟ ବୋଲି ଚିହ୍ନଟ କରାଯାଇଛି।

बंधक बनाकर गांववालों ने खूब पीटा oneindia.com

ମିଳିଥିବା ସୂଚନା ମୁତାବକ, କୁଲୌତ ଓପିରେ ମୁତୟନ ଥିବା ପ୍ରଭାକର ସ୍ଥାନୀୟ ଗାଁରେ ଥିବା ଜଣେ ବିଧବା ମହିଳାଙ୍କ ଘରକୁ ଯାଇଥିଲେ। ପ୍ରବେଶ କରିବା ସମୟରେ ଗାଁ ଲୋକେ ଦେଖିଥିବା ବେଳେ କିଛି ଘଣ୍ଟା ବିତିଯିବା ପରେ ମଧ୍ୟ  ଘରୁ ନ ବାହାରିବାରୁ ଗାଁ ଲୋକେ ଘର ଭିତରକୁ ପ୍ରବେଶ କରିଥିଲେ। ପ୍ରବେଶ ପରେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଗାଁ ଲୋକେ ପ୍ରଭାକରଙ୍କୁ ବାହାରକୁ ଟାଣି ଆଣିବା ସହ ଗଛରେ ବାନ୍ଧି ମାଡ଼ ମାରିବା ଆରମ୍ଭ କରିଥିଲେ। ଘଟଣାର ସୂଚନା ପାଇ ଏସଡିଏମ୍ ଓ ଏସଡିପିଓ ଗାଁରେ ପହଞ୍ଚି ପୂରା ଘଟଣା ବିଷୟରେ ଜାଣିଥିଲେ। ପରେ ପ୍ରଭାକରଙ୍କ ବିରୋଧରେ ଏତଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ଗାଁ ‌ଲୋକଙ୍କୁ ଅଶ୍ବାସନା ଦେଇଥିଲେ। ଯାହା ପରେ ଗାଁ ଲୋକେ ପ୍ରଭାକରଙ୍କୁ ଛାଡ଼ିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe