ପାର୍କରେ ପ୍ରେମୀ ଯୁଗଳଙ୍କୁ ବଜରଙ୍ଗ ଦଳ ଧରି ଜବରଦସ୍ତ ବାହା କରଇବା ପରେ ଆଉ ଘରକୁ ଫେରିନାହାନ୍ତି ସେମାନେ

Advertisment
ପାର୍କରେ ପ୍ରେମୀ ଯୁଗଳଙ୍କୁ ବଜରଙ୍ଗ ଦଳ ଧରି ଜବରଦସ୍ତ ବାହା କରଇବା ପରେ ଆଉ ଘରକୁ ଫେରିନାହାନ୍ତି ସେମାନେ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ବଜରଙ୍ଗ ଦଳ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ପ୍ରେମୀ ଯୁଗଳଙ୍କୁ ଧରି ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିବା ବେଳର ଏକ ଭିଡିଓ ଗତକାଲି ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଥିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ବି ଖବରଟି ପ୍ରକାଶ ପାଇଥିଲା। ହାଇଦ୍ରାବାଦର କାଣ୍ଡଲୋକ୍ୟ ଅକ୍ସିଜେନ୍‌ ପାର୍କରେ ଘଟିଥିବା ଏହି ଘଟଣାରେ ସଂପୃକ୍ତ ପୀଡ଼ିତାଙ୍କ ପରିବାର ଲୋକ ଭିଡିଓଟି ଦେଖିବା ପରେ ବଜରଙ୍ଗ ଦଳଙ୍କ ବିରୋଧରେ ଥାନାରେ ଏକ ଅଭିଯୋଗ ଆଣିଥିଲେ। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭିଡିଓରେ ଦେଖିବାକୁ ମିଳିଥିବା ଉଭୟ ପ୍ରେମିକ ଓ ପ୍ରେମିକା  କାଣ୍ଡଲୋକ୍ୟ ଅକ୍ସିଜେନ୍‌ ପାର୍କରୁ ଆଉ ଘରକୁ ଫେରି ନାହାନ୍ତି।

ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଗୁରୁବାର ସକାଳେ ୧୯ ବର୍ଷୀୟା ପୀଡ଼ିତାଙ୍କ ବାପା ତାଙ୍କୁ ନେଇ ସେ ପଢୁଥିବା ଏକ ଇଞ୍ଜିନିୟରିଂ କଲେଜ ପାଖରେ ଛାଡ଼ି ଦେଇ ଯାଇଥିଲେ। ସେ ସେଠାରୁ ତାଙ୍କର ଜଣେ ସଂପର୍କୀୟ ଯୁବକଙ୍କୁ ଭେଟିବାକୁ କାଣ୍ଡଲୋକ୍ୟ ଅକ୍ସିଜେନ୍‌ ପାର୍କକୁ ଯାଇଥିଲେ। ସେଠାରେ ବଜରଙ୍ଗ ଦଳର ୬ ଜଣ ସଦସ୍ୟ ତାଙ୍କୁ ଅଟକାଇ ଉଭୟଙ୍କୁ ବିବାହ କରିବା ପାଇଁ ବାଧ୍ୟ କରାଇଥିଲେ। ଜୋର୍‌ଜବରଦସ୍ତ ଯୁବତୀଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ପାଇଁ ଯୁବକଙ୍କୁ ବାଧ୍ୟ କରୁଥିବା ବେଳର ଭିଡିଓ ଭାଇରାଲ୍‌ ହୋଇଥିଲା। ସେମାନଙ୍କ ମଧ୍ୟରୁ ହିଁ ଜଣେ ଘଟଣାକୁ ମୋବାଇଲ୍‌ରେ ସୁଟ୍‌ କରି ଭାଇରାଲ୍‌ କରିଥିବାର ଜାଣିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe