ଚୋରାମଦ ବ୍ୟବସାୟୀ ଗିରଫ

ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ବାଲିଅନ୍ତା/ ବାଲିପାଟଣା: ଖୋର୍ଧା ଅବକାରୀ ବିଭାଗ ମୋବାଇଲ ଟିମ୍‌ ଆଜି ଚୋରାମଦ କାରବାର ମାମଲାରେ ଜଣକୁ ଗିରଫ କରିଛି। ସେ ହେଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶୁନିଆପଡ଼ା ଗ୍ରାମର ପରେଶ କୁମାର ଦାଶ (୩୫)। ଏଥିସହିତ ଟିମ୍‌ ତା’ ନିକଟରୁ ୬୦ ବୋତଲ ବିଦେଶୀ ମଦ ଜବତ କରିଛି। ପରେଶ ଦୀର୍ଘଦିନ ଧରି ଚୋରାମଦ କାରବାର ଚଳାଇଥିବା ସଂପର୍କରେ ଅବକାରୀ ବିଭାଗରେ ଅଭିଯୋଗ ହୋଇଥିଲା। ଖବର ପାଇ ଏଏସଆଇ ସୁଜିତ କୁମାର ମୁଦୁଲିଙ୍କ ସମେତ ଏସଆଇ ହୃଦୟ ଚନ୍ଦ୍ର ସାମନ୍ତ, ନାରାୟଣ ଚନ୍ଦ୍ର ଜେନା ଓ ଅକ୍ଷୟ କୁମାର ଜେନା ପ୍ରମୁଖ ‌ଆଜି ତାଙ୍କ ଘରେ ଅତର୍କିତ ଚଢ଼ଉ କରି ମଦ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe