ଜଣେ ଗିରଫ, ୨ସହଯୋଗୀ ଫେରାର୍‌

Advertisment

ଆକ୍ରମଣ କରି ୫୦ ହଜାର ଟଙ୍କା ଲୁଟ୍‌

ଆକ୍ରମଣ କରି ୫୦ ହଜାର ଟଙ୍କା ଲୁଟ୍‌

ଚୋରି ଉଦ୍ୟମ ପଣ୍ଡ, ୩ ଗିରଫ

Business crime

ଭୁବନେଶ୍ୱର: ଶସ୍ତାରେ ଟାଟାଏସି ଗାଡ଼ି ଦେବାକୁ କହି ଜଣେ ଯୁବକଙ୍କଠାରୁ ୫୦ ହଜାର ଲୁଟ୍‌ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣକୁ ଗିରଫ କରିଛି। ପୁଲିସ ତା’ଠାରୁ ୩୦ ହଜାର ଟଙ୍କା ଜବତ କରିଛି। ସେ ହେଲା କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳର ସେକ୍‌ ସହବାଜ(୨୬)। ପୁଲିସ ସୂଚନା ମୁତାବକ, ଗତ କିଛିଦିନ ତଳେ ସହବାଜ୍‌ର ଜଣେ ସହଯୋଗୀ ଖୋର୍ଦ୍ଧା ଅଞ୍ଚଳର ଅରି ଖାଁ ନାମକ ଯୁବକଙ୍କୁ କମ୍‌ ଦାମରେ ଟାଟାଏସି ଗାଡ଼ି କରାଇଦେବ ବୋଲି କହିଥିଲା। ରବିବାର ସନ୍ଧ୍ୟାରେ ସହବାଜ ଓ ତାର ଦୁଇ ସହଯୋଗୀ ଗାଡ଼ି ଦେବାପାଇଁ ଅରିଙ୍କୁ ରସୁଲଗଡ଼ ଡକାଇଥିଲେ। ଅରି ରସୁଲଗଡ଼ରେ ପହଞ୍ଚିବା ମାତ୍ରେ ତିନିଜଣ ତାଙ୍କୁ କାର୍‌ରେ ପଟିଆ ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଗାଡ଼ି କେଉଁଠି ଅଛି ବୋଲି ଅରି ଲୁଟେରାମାନଙ୍କୁ ପଚାରିଥିଲେ। କିଛି ବୁଝିବା ପୂର୍ବରୁ ଲୁଟେରାମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ପିଟି ଫଟାଇ ଦେଇଥିଲେ। ଅରି ଚେତା ହରେଇ ତଳେ ପଡ଼ିଯିବାରୁ ଲୁଟେରାମାନେ ତାଙ୍କ ପକେଟ୍‌ରୁ ୫୦ ହଜାର ଟଙ୍କା ନେଇ ପଳାଇଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକ ଅରିଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe