ଭୁବନେଶ୍ବର: ବେଆଇନ୍ ଭାବେ ଚୋରା ଗାଡ଼ି ରଖିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଚୋରା ବାଇକ୍ ଜବତ କରିଛି। ସେ ହେଲା ବାଳକାଟି ପୋଷ୍ଟଅଫିସ୍ ଅଞ୍ଚଳର ହୃଷୀକେଶ ସ୍ବାଇଁ(୨୪)। ରବିବାର ବିଳମ୍ବିତ ରାତିରେ ହୃଷୀକେଶ ରାଜମହଲ ଆଡ଼ୁ ବାଇକ ନେଇ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସୁଥିଲା। ତେବେ ଏହି ସମୟରେ ସେଠାରେ ପୁଲିସ ଚେକିଂ କରୁଥିବା ଦେଖି ଖସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। କାଗଜପତ୍ର ମାଗିବାରୁ ସେ କିଛି ଦେଇପାରି ନଥିଲା। ତେବେ ବାଇକ୍ଟି ଚୋରା ବୋଲି ମାନିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରିଛି।
ଯୁବକ ଗିରଫ, ବାଇକ୍ ଜବତ
Advertisment
Follow Us